ନୟାଗଡ଼ରେ ପୁଣି ବେଆଇନ ଗର୍ଭପାତ : ଦଲାଲ, ମାଲିକ ଓ ନର୍ସ ସମେତ ୫ ଗିରଫ

ନୟାଗଡ଼ :  ୨୦୦୮ରୁ ଭୃଣହତ୍ୟା ଘଟଣାକୁ ନେଇ ନୟାଗଡ଼ ବଦନାମ ମୁଣ୍ଡାଇ ଚାଲିଥିବାବେଳେ ପରିସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛରେ ଥିବା ଏକ କ୍ଲିନିକ୍‍ରେ ବେଆଇନ ଗର୍ଭପାତ ହେଉଥିବା ଖବରପାଇ ପୁଲିସ ଏବଂ ପ୍ରଶାସନ ଚଢ଼ଉ କରି ମାଲିକ ସମେତ ୫ ଜଣଙ୍କୁ ଗିରଫ କରିଛନ୍ତି। ଗର୍ଭପାତ କରାଇଥିବା ମହିଳାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ବେଆଇନ ଭାବେ ଗର୍ଭପାତ କରାଯାଉଥିବା ନେଇ ଖବର ପାଇବା ପରେ ସୋମବାର ବିଳମ୍ବିତ ରାତିରେ […]

ନୟାଗଡ଼ :  ୨୦୦୮ରୁ ଭୃଣହତ୍ୟା ଘଟଣାକୁ ନେଇ ନୟାଗଡ଼ ବଦନାମ ମୁଣ୍ଡାଇ ଚାଲିଥିବାବେଳେ ପରିସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛରେ ଥିବା ଏକ କ୍ଲିନିକ୍‍ରେ ବେଆଇନ ଗର୍ଭପାତ ହେଉଥିବା ଖବରପାଇ ପୁଲିସ ଏବଂ ପ୍ରଶାସନ ଚଢ଼ଉ କରି ମାଲିକ ସମେତ ୫ ଜଣଙ୍କୁ ଗିରଫ କରିଛନ୍ତି। ଗର୍ଭପାତ କରାଇଥିବା ମହିଳାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ବେଆଇନ ଭାବେ ଗର୍ଭପାତ କରାଯାଉଥିବା ନେଇ ଖବର ପାଇବା ପରେ ସୋମବାର ବିଳମ୍ବିତ ରାତିରେ ନୟାଗଡ଼ ତହସିଲଦାର ଭିକାରୀ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅରବିନ୍ଦ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆସିଷ୍ଟାଣ୍ଟ ମ୍ୟାନେଜର ଜୟକୃଷ୍ଣ ସାହୁ, ନୟାଗଡ଼ ଟାଉନଥାନା ପୁଲିସ ଚଢ଼ଉ କରିଥିଲେ।

ଚଢ଼ଉ ସମୟରେ ଜଣେ ମହିଳାଙ୍କ ଗର୍ଭପାତ କରାଯିବା ପରେ ତାଙ୍କୁ ସେଠାରେ ରଖାଯାଇଥିବା ଦେଖାଯାଇଥିଲା। କ୍ଲିନିକ୍‍ ମାଲିକ ବକଳବନ୍ଧ ଗ୍ରାମର ସତ୍ୟପ୍ରିୟ ସ୍ୱାଇଁ, ନର୍ସ ଫୁଲବାଣୀର ବନିତା ରାଉତ, ରଣପୁର କୁଳାସର ସଙ୍ଗୀତା ମହାନ୍ତି, ଦଲାଲ ଖଣ୍ଡପଡ଼ା ଖଳିସାହିର ରାଜକିଶୋର ସାହୁ, ମହିଳାଙ୍କ ସ୍ୱାମୀ ବାହାଡ଼ଝୋଲା ନିକଟବର୍ତ୍ତୀ ତୋଡ଼ିସାହିର ଗଣେଶ ପ୍ରଧାନଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ସମ୍ପୃକ୍ତ ମହିଳା ୧୭ ସପ୍ତାହର ଗର୍ଭବତୀ ଥିଲେ। କିନ୍ତୁ ଗର୍ଭସ୍ଥ ଶିଶୁ କମ୍‌ ଓଜନର ଥିବାରୁ ବିକଳାଙ୍ଗ ହୋଇପାରେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ଜଣେ ଘରୋଇ କ୍ଲିନିକର ଡାକ୍ତରଙ୍କ ପରାମର୍ଶ କ୍ରମେ ଉଭୟ ପତି ଓ ପତ୍ନୀ ଜିଲ୍ଲା

ମୁଖ୍ୟ ଚିକିତ୍ସାଳୟକୁ ପରାମର୍ଶ ପାଇଁ ଆସିଥିବା ବେଳେ ସେଠାରେ ଆଦିତ୍ୟ କ୍ଲିନିକର ଦଲାଲ ରାଜକିଶୋର ସେମାନଙ୍କୁ ଆଦିତ୍ୟ କ୍ଲିନିକରେ ଭର୍ତ୍ତି କରିଥିଲେ। କିନ୍ତୁ ଗର୍ଭପାତ ପାଇଁ ଆବଶ୍ୟକ ଅନୁମତି ନେଇ ନ ଥିଲେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଗଣେଶ। ମଙ୍ଗଳବାର ଅପରାହ୍ଣରେ ଏସ୍‍ପି ସିଦ୍ଧାର୍ଥ କାଟରିଆ ପୁଲିସ ଟିମ୍‍ ପୁଣି ଥରେ ଚଢ଼ଉ କରି ଅନେକ କାଗଜପତ୍ର, କମ୍ପ୍ୟୁଟର ଏବଂ ସରଞ୍ଜାମ ଜବତ କରିଛନ୍ତି। ସୂଚନାନୁସାରେ, ୨୦୧୬ରେ ମଧ୍ୟ ଚଢ଼ଉ କରାଯାଇ ଏହି ହସ୍‌ପିଟାଲ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ତଥାପି ଲୁଚାଛପାରେ ଗର୍ଭପାତ ଚାଲିଥିବା ନେଇ ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଖବର ପାଇଥିଲେ।

About The Author: The Sakala