ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ, ୬ ଗୁରୁତର ଆହତ

ନୟାଗଡ: ବାଣ ତିଆରି ବେଳେ ହେଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୬ ଜଣ ଗୁରୁତର ଆହତ । ସୂଚନା ଅନୁଯାଇ ନୂଆଗାଁ ଥାନା କୋରଡ଼ା ପଂଚାୟତ ଖଜୁରୀ ସାହିର ୬ ଜଣ ବ୍ୟକ୍ତି ଅନେକ ଦିନ ହେବ ବେଆଇନ ଭାବେ ବାଣ ତିଆରି କାମ କରୁଥିଲେ । ହେଲେ କୌଣସି କାରଣରୁ ଆଜି ପୂର୍ବାହ୍ନ ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।ଯାହା ଫଳରେ  ଘରର କାନ୍ଥ ଭାଙ୍ଗି ମାଟିରେ ମିଶିଯାଇଥିଲା । ଏଥିସହ ବିସ୍ଫୋରଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । 

ମିଳିଥିବା ଖବର ଅନୁସାରେ, ଆଗକୁ ପଣା ସଂକ୍ରାନ୍ତି ଏବଂ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ଆସୁଥିବାରୁ ବାଣ ତିଆରି କରିବା ପାଇଁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସମେତ ବାଣ ତିଆରି କରିବା ପାଇଁ ମହଜୁଦ ସରଞ୍ଜାମ ରଖାଯାଇଥିଲା ଉକ୍ତ ଘରେ । ଆଜି କିଛି ବାଣ ଦେବା ପାଇଁ ବାଣ ପ୍ରସ୍ତୁତି କରୁଥିବାବେଳେ କୌଣସି କାରଣରୁ ଭୟଙ୍କର ବିସ୍ଫୋରଣ ଘଟିଥିଲା ।  ଖବରପାଇ ଘଟଣାସ୍ଥଳରେ ନୂଆଗାଁ ଥାନା ପୋଲିସ ଏବଂ ନୟାଗଡ ଅଗ୍ନିଶମ କର୍ମଚାରୀମାନେ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି କରିଛନ୍ତି ।

About The Author: Madhusudan Das