ପୁରୀ: ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ। ଏହାକୁ ଉଦ୍ଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ଲୁ ଫ୍ଲାଗ ବିଚ୍ରେ ପହଞ୍ଚିଥିଲେ। ରାଷ୍ଟ୍ରପତି ପହଞ୍ଚିବାପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପରେ ବ୍ଲୁ ଫ୍ଲାଗ୍ ବିଚ୍ରେ ନୌସେନା ଶକ୍ତି ପ୍ରଦର୍ଶନ କରିଛି। ଜଳ ପଥରେ ରଣକୌଶଳ ଦେଖାଉଛନ୍ତି ନୌବୀର। ଏଥିରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାମିଲ ରହିଛି। ପୁରୀ ବେଳାଭୂମିରେ ଗୋଟିଏ ପ୍ରକାର ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଛି।
ଏହି କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ,ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଅଛନ୍ତି।