୧୨ରେ ମୁମ୍ବାଇରୁ ଫେରିବେ ନବୀନ

ଭୁବନେଶ୍ୱର ଆସନ୍ତା ୧୨ ତାରିଖ ଶନିବାର ଓଡ଼ିଶା ଫେରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜୁନ୍‌ ୨୦ରେ ନବୀନ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ ଓ ୨୨ ତାରିଖରେ ତାଙ୍କର ସର୍ଭିକାଲ୍‌ ଆଥ୍ରାଇଟିସ୍‌ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି ଓ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏବେ ଡାକ୍ତରମାନେ ତାଙ୍କୁ ଘରକୁ ଫେରିବାକୁ ପରାମର୍ଶ ଦେଇଛନ୍ତି। ସର୍ଭିକାଲ ଆଥ୍ରାଇଟିସ୍‌ ଅପରେସନ୍‌ […]

ଭୁବନେଶ୍ୱର ଆସନ୍ତା ୧୨ ତାରିଖ ଶନିବାର ଓଡ଼ିଶା ଫେରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜୁନ୍‌ ୨୦ରେ ନବୀନ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ ଓ ୨୨ ତାରିଖରେ ତାଙ୍କର ସର୍ଭିକାଲ୍‌ ଆଥ୍ରାଇଟିସ୍‌ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି ଓ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏବେ ଡାକ୍ତରମାନେ ତାଙ୍କୁ ଘରକୁ ଫେରିବାକୁ ପରାମର୍ଶ ଦେଇଛନ୍ତି। ସର୍ଭିକାଲ ଆଥ୍ରାଇଟିସ୍‌ ଅପରେସନ୍‌ ପାଇଁ ଗତ ଜୁନ୍‌ ୨୦ ତାରିଖରେ ନବୀନ ମୁମ୍ବାଇ ଗସ୍ତ କରିଥିଲେ। ମୁମ୍ୱାଇର କୋକିଲାବେନ୍‌ ଧୀରୁଭାଇ ଅମ୍ୱାନୀ ହସ୍‌ପିଟାଲରେ ୨୨ ତାରିଖରେ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ଅସ୍ତ୍ରୋପଚାର କରିଥିଲେ। ଅପରେସନ ପରେ ନବୀନଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପରାମର୍ଶଦାତା ତଥା ଏହି ଡାକ୍ତରୀ ଦଳରେ ସାମିଲ ଥିବା ଡାକ୍ତର ରମାକାନ୍ତ ପଣ୍ଡା ଚିକିତ୍ସାର ତତ୍ତ୍ୱାବଧାନ କରିଥିଲେ।

About The Author: The Sakala