ବ୍ରଜରାଜନଗରବାସୀଙ୍କୁ ଧନ୍ୟବାଦ ଦେଲେ ନବୀନ, ଏହି ବିଜୟ ଆମର ସେବା ସଙ୍କଳ୍ପକୁ ଆହୁରି ଦୃଢ କରିଛି

ଭୁବନେଶ୍ବର : ବ୍ରଜରାଜନଗରରେ ବିପୁଳ ଭୋଟରେ ବାଜିମାତ କରିଛି ବିଜେଡି। ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା @bjd_odisha ର ପ୍ରାର୍ଥୀ ଶ୍ରୀମତି ଅଳକା ମହାନ୍ତିଙ୍କୁ ମୋର ଶୁଭେଚ୍ଛା। ଅକୁଣ୍ଠ ଭଲପାଇବା ଦେଇଥିବାରୁ ବ୍ରଜରାଜନଗରବାସୀଙ୍କୁ ମୋର କୃତଜ୍ଞତା ସହ ନିଷ୍ଠାପର […]

ଭୁବନେଶ୍ବର : ବ୍ରଜରାଜନଗରରେ ବିପୁଳ ଭୋଟରେ ବାଜିମାତ କରିଛି ବିଜେଡି। ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।


ବ୍ରଜରାଜନଗରରେ ବିଜେଡିର ବଡ ବିଜୟ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଟ୍ବିଟ କରି  ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହିତ ଅକୁଣ୍ଠ ଭଲପାଇବା ଦେଇଥିବାରୁ ବ୍ରଜରାଜନଗରବାସୀଙ୍କୁ କୃତଜ୍ଞତା ସହ ନିଷ୍ଠାପର ଉଦ୍ୟମ କରିଥିବା ସମସ୍ତ କର୍ମୀ ଭାଇଭଉଣୀଙ୍କୁ ଧନ୍ୟବାଦ ଜଣାଛନ୍ତି ନବୀନ । ଏହି ବିଜୟ ଆମର ସେବା ସଙ୍କଳ୍ପକୁ ଆହୁରି ଦୃଢ କରିଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରି କହିଛନ୍ତି।

ସୂଚନାଯୋଗ୍ୟ ଆଜି ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି କରାଯାଉଥିଲା। ଏଥିରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୬ ହଜାରରୁ ଅଧିକ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ପ୍ରାର୍ଥୀ କିଶୋର ପଟେଲଙ୍କୁ ପରାସ୍ତ କରିଛନ୍ତି । ବିଜେପି ଏଠାରେ ତୃତୀୟ ସ୍ଥାନରେ ରହିଛି । ଅଳକା ମହାନ୍ତିଙ୍କୁ ମୋଟ୍ ୯୩ହଜାର ୭୯୦ ଭୋଟ୍ ମିଳିଛି । ଦ୍ୱିତୀୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ । କିଶୋର ପଟେଲଙ୍କୁ ୨୭ହଜାର ୫୬୫ ଭୋଟ୍ ମିଳିଛି । ତୃତୀୟ ସ୍ଥାନରେ ବିଜେପିର ରାଧାରାଣୀ ପଣ୍ଡା ରହିଛନ୍ତି । ରାଧାରାଣୀ ପଣ୍ଡାଙ୍କୁ ୨୨ହଜାର ୩୧୬ ଭୋଟ୍ ମିଳିଛି ।

About The Author: The Sakala