ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବିଜେପିକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି କି, ଗତ କିଛି ଦିନ ହେବ ମୁଁ କହୁଛି କି ବିଜେପି ଘୋଡ଼ା ବେପାର କରୁଛି । ବିଜେଡି ବିଧାୟକ ଦଳର ସମର୍ଥନ ପ୍ରାର୍ଥୀଙ୍କୁ ଭୋଟ ନ ଦେବା ନେଇ କହିଲେ, ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି । ସେମାନଙ୍କର ବାପାମାନେ ଜେଲ୍ରେ ରହିଛନ୍ତି । ଗତକାଲି ବିଜେପି ବିଧାୟକମାନଙ୍କୁ ପାରାଦ୍ୱୀପରେ ରଖା ଯାଇଥିଲା । ନବୀନ କହିଛନ୍ତି କି, ବିଜେଡି ରାଜ୍ୟର ଗଣତାନ୍ତ୍ରିକ ଅଧିକାର ଓ ଅର୍ଥନୈତିକ ବିକାଶ ପାଇଁ ଲଢେଇ କରୁଛି ଓ କରୁଥିବ ।