କଟକ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ କଟକ ଯାଇ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ ଏସ୍ସିବି ମେଡିକାଲ କଲେଜର ଆଇସିୟୁ ବୁଲି ଦେଖିବା ସହ ସ୍ଥାନାନ୍ତର ହୋଇଥିବା ଆହତ ରୋଗୀଙ୍କୁ ଭେଟିଛନ୍ତି। ଏହି ସମୟରେ ନବୀନ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି। କଟକ ବଡ଼ ଡାକ୍ତରଖାନା ପରି ଦେଶର ଏକ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଅନୁଷ୍ଠାନର ଆଇସିୟୁରେ ଏଭଳି ଦୁର୍ଘଟଣାରେ ଶ୍ରୀ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବିରୋଧୀ ଦଳ ନେତାଙ୍କ ସହ କଟକ ମେୟର ସୁବାସ ସିଂଙ୍କ ସମେତ ବିଜେଡିର ନେତୃବର୍ଗ କଟକ ମେଡିକାଲ କଲେଜକୁ ଯାଇଥିଲେ। ସକାଳେ ଦୁର୍ଘଟଟଣା ପରେ ନବୀନ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ। ଗୁରୁତର ଆହତଙ୍କ ଆରୋଗ୍ୟ କାମନା ସହ ସର୍ବୋତମ ଚିକିତ୍ସା ଦାବି କରିଥିଲେ। ଏହାସହିତ କଟକ ମେୟର ଓ ଟାଙ୍ଗୀ ଚୌଦ୍ୱାର ବିଧାୟକଙ୍କୁ ଘଟଣା ସ୍ଥଳରେ ପହଞ୍ଚି ସହାୟତା ଯୋଗାଇବାକୁ ନିର୍ଦେଶ ଦେଇଥିଲେ।