ଛାତ୍ର ସଂସଦ ନିର୍ବାଚନର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ କଲେଜରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ପ୍ରାର୍ଥୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି ବିଜୟ ଓଡ଼ିଶାର ଜେନ୍-ଜେଡ୍ (GenZ), ଯୁବ ଓ ଛାତ୍ରଶକ୍ତିଙ୍କ ନିଷ୍ଠା ଏବଂ ଏକତାକୁ ପ୍ରତିଫଳିତ କରୁଛି। ଛାତ୍ରଛାତ୍ରୀମାନେ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଏହି ସଫଳତା ହାସଲ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। 

ଛାତ୍ର ସଂସଦ ନିର୍ବାଚନକୁ ଅନ୍ୟାୟ ଓ ଅସାଧୁ ଉପାୟରେ ଜିତିବା ପାଇଁ ବିଜେପି ସରକାରର ଚକ୍ରାନ୍ତ ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିସିଜେଡି ତଥା ବିଜେଡିର ସମସ୍ତ ନେତାମାନଙ୍କୁ ସାଧୁବାଦ ଜଣାଇଛନ୍ତି ନବୀନ । କଲେଜର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଏକ ହୋଇ ଆଗେଇ ଆସିବାକୁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଛାତ୍ର ସମାଜର ଉନ୍ନତି ପାଇଁ ଏକତାର ଆବଶ୍ୟକତା ରହିଛି ବୋଲି ସେ ନିଜ ବାର୍ତ୍ତାରେ ସ୍ପଷ୍ଟ କରିଛନ୍ତି।

About The Author: Madhusudan Das