କଟକ: ବାରବାଟୀରେ ଭାରତର ବଡ଼ ବିଜୟ । ଦକ୍ଷିଣ ଆଫ୍ରିକା ଵିପକ୍ଷ ପ୍ରଥମ ଟି-୨୦ ମ୍ୟାଚକୁ ୧୦୧ ରନରେ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଏଥିସହ ୫ ଟିକିଆ ଟି-ଟ୍ବେଣ୍ଟି ସିରିଜରେ ୧-୦ରେ ଆଗୁଆ ରହିଛି । ଟିମ୍ ଇଣ୍ଡିଆର ଏହି ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ବାରବାଟି ଷ୍ଟାଡିୟମରେ ବିପୁଳ ବିଜୟ ସହ ଟି-୨୦ ସିରିଜର କମାଣ୍ଡିଙ୍ଗ୍ ଆରମ୍ଭ ହୋଇଛି । ଏଥିପାଇଁ ଭାରତୀୟ ଦଳକୁ ଅନେକ ଅଭିନନ୍ଦନ । ସିରିଜ ଜିତିବା ପାଇଁ ଦଳ ବିଜୟପଥ ଜାରି ରଖୁ ବୋଲି ସୋସିଆଲ ମେଡିଆ 'ଏକ୍ସ'ରେ କହିଛନ୍ତି ନବୀନ ପଟ୍ଟନାୟକ ।
ସୂଚନାଯୋଗ୍ୟ, ବାରବାଟୀ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ୧୭୫ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ସ୍କୋର ମାତ୍ର ୭୪ ରନରେ ସୀମିତ ରହିଥିଲା।