ନୂଆପଡାରେ ନବୀନ: BSKY କାର୍ଡରେ ସେବା ମିଳୁଥିଲା, ଏବେକାର ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି: ନବୀନ

ବିଜେପି ଉପରେ ନବୀନଙ୍କ ଜୋରଦାର ଆକ୍ରମଣ

୫୦୦ ଦିନର ସରକାର ଲୋକଙ୍କୁ କେବଳ ଧୋକ୍କା ଦେଇଛି : ନବୀନ

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡରେ ନବୀନ ରୋଡ ଶୋ’ କରିଥିଲେ। ସ୍ବତନ୍ତ୍ର ବସରେ ପ୍ରଚାର କରିଥିଲେ ନବୀନ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଲଥିଲେ ନେତା ଓ କର୍ମୀ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିଥିଲ ଭୋଟ୍। ନବୀନଙ୍କ ରୋଡ ଶୋ’ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ନୂଆପଡାବାସୀଙ୍କୁ ଅପିଲ କରିଥିଲେ। 

ପରକୋଡରେ ଜନତାଙ୍କୁ ନବୀନ ସମ୍ବୋଧନ କରିଥିଲେ। ନବୀନ ନିଜ ଅଭିଭାଷଣ ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ। ନୂଆପଡାର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ମୋର ଜୁହାର ବୋଲି କହିଥିଲେ। ପ୍ରଥମେ ରାଜୁ ଭାଇଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଜୁ ବାବୁହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ । ଆଉ ଆମ ସରକାର ସମୟରେ ନୂଆପଡ଼ା ବିକାଶ ସହ ଯୋଡ଼ି ହୋଇଥିଲା । ମୁଁ ରାଜୁ ଭାଇଙ୍କୁ ମେl କ୍ୟାବିନେଟରେ ମନ୍ତ୍ରୀ କରିଥିଲି। ଆଉ ନୂଆପଡାର ବିକାଶ ପାଇଁ ସବୁ ପ୍ରକାର ସାହାଯ୍ୟ ଦେଇଥିଲି। ବିଜୁ ଜନତା ଦଳ, କଥା ନୁହେଁ କାମରେ ବିଶ୍ୱାସ  କରେ। ଆମ ସରକାର  ସମୟରେ ଓଡିଶାରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଥିଲା। ନୂଆପଡାରେ ବିଜୁ ଏକ୍ସ ପ୍ରେସ ୱେରୁ ଆରମ୍ଭ କରି, ଜଳସେଚନ, ଶିକ୍ଷା,  ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଆଦିବାସୀ କଲ୍ୟାଣ ଆଦି ସବୁ କ୍ଷେତ୍ରରେ ବିକାଶ ହୋଇଥିଲା। କିନ୍ତୁ  ଏବେ ବିକାଶ ପୁରା ବନ୍ଦ ବୋଲି କହିଥିଲେ।

ମିଛ ପ୍ରଚାରରେ ବିକାଶ ହୁଏ ନାହିଁ। ଖାଲି ରଙ୍ଗ ମାରିଲେ ବିକାଶ ହୁଏ ନାହି। ମିଥ୍ୟା ପ୍ରତିଶ୍ରୁତିରେ ସରକାର ଚାଲେ ନାହିଁ ବୋଲି କହିଥିଲେ। ଆପଣ ମୋତେ ଟିକେ  କୁହନ୍ତୁ ଗତ ୫୦୦ ଦିନ ମଧ୍ୟରେ ଏ ସରକାର ଆପଣ ମାନଙ୍କ ପାଇଁ କଣ କରିଛନ୍ତି। ୩୦୦ ୟୁନିଟମାଗଣା ବିଜୁଳି କା ବିଜଲୀ  ମିଳିଲା କି ? ତିନହଜାର ପାଞ୍ଚ ଶହ ଟଙ୍କା  ପେନସନ ମିଳିଲା କି ? ଚାଷୀ ଭାଇଙ୍କୁ ୟୁରିଆ ସାର ମିଳିଲା କି  ? ଯୁବକ ମାନଙ୍କୁ  ଚାକିରି ମିଳିଲା କି ? କଟନୀ ଛଟନୀ ବନ୍ଦ ହେଲା କି ? ମିଶନଶକ୍ତି ମାଆଙ୍କୁ ଲୋନ ମିଲିଲା କି? ତେବେ ମିଳିଲା କଣ ବୋଲି ନବୀନ ପ୍ରଶ୍ନ କରିଛନ୍ତି।  ମିଳିଲା କେବଳ ଧୋକା ଆଉ ଧୋକା ।ଆମର BSKY  କାର୍ଡରେ ସେବା ମିଳୁ ଥିଲା । କିନ୍ତୁ ଏବେକାର ଆୟୁଷ୍ମାନ କାର୍ଡରେ କେବଳ ଟେନସନ  ମିଳୁଛି।

ତିନ ତାରିଖ ଦିନ ମୁଁ କୋମନା  ଆସିଥିଲି। ମୋ ସଭାକୁ ଲୋକ ଯେପରି ନ ଆସି ପାରିବେ, ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର କାରସାଦି କଲେ। ସଭାକୁ ନ ଆସିବାକୁ ଲୋକଙ୍କୁ ରୋକିବାକୁ ଚେଷ୍ଟା କରାଗଲା ।  କିନ୍ତୁ ଲୋକ ବହୁ ସଂଖ୍ୟାରେ ଆସିଲେ। ସେଥିପାଇଁ କୋମନାର ଭୋଟକ ଭାଇଭଉଣୀ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏମାନେ ମିଛ କହି ସରକାର କରି ପାରନ୍ତି। ଏମାନେ ପ୍ରାର୍ଥୀ ବି ଚୋରି କରି ପାରନ୍ତି । କିନ୍ତୁ ଲୋକଙ୍କ ହୃଦୟ ଜିତି  ପାରିବେ ନାହିଁ ବୋଲି ନବୀନ କହିଥିଲେ।

କୋମନାରେ ହୋଇଥିବା ସଭାରେ ଆପଣ  ମାନଙ୍କ ମନରେ ଯେଉଁ ଦୁଃଖ ଓ କ୍ରୋଧ ମୁଁ ଦେଖିଥିଲି, ଆଜି ଆପଣଙ୍କ ଆଖିରେ ମୁଁ  ସେହି କ୍ରୋଧ ଓ ଦୁଃଖ ଦେଖି ପାରୁଛି। କାରଣ ଆପଣଙ୍କ ସହିତ, ବିଜେଡି ସହିତ ଓ ମୋ ସହିତ କିପରି ବେଇମାନୀ କରାଗଲା ତାହା ଆପଣ ଭଲ ଭାବରେ ଜାଣନ୍ତି। ସେଥିପାଇଁ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କୁ  ମୁଁ ପ୍ରାର୍ଥୀ କରିଛି। ନୂଆପଡାରେ ରହି ଆପଣଙ୍କ ସେବା କରିବା ପାଇଁ ମୁଁ ତାଙ୍କୁ ନିର୍ଦ୍ଦେଶ ଦେଇଛି। ତେଣୁ ଆପଣ ମାନଙ୍କୁ ପ୍ରାର୍ଥନା କରୁଛି ଯେ, ୧୧ ତାରିଖ ଦିନ  ଭୋଟରେ ଏହାର କଡା ଜବାବ ଦିଅନ୍ତୁ। ବିଜେଡିର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ବହୁ  ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ବୋଲି ନବୀନ ଅପିଲ କରିଛନ୍ତି।

About The Author: Deviprasad Mohanty