ଭୁବନେଶ୍ବର : ସୁସ୍ଥ ହେଉଛନ୍ତି ବିରୋଧୀ ଦଳନେତା ନବୀନ ପଟ୍ଟନାୟକ। ଅସୁସ୍ଥତା ଯୋଗୁଁ ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ହସ୍ପିଟାଲ ବେଡରୁ ବାର୍ତ୍ତା ଦେଇଛନ୍ତି। ଏଥିର ସେ କହିଛନ୍ତି, ମୋତେ ଦେଖିବାକୁ ଚାହିଁଲେ ନବୀନ ନିବାସ ଆସନ୍ତୁ। ବିଜେଡି ସୁପ୍ରିମୋ ଡାକ୍ତରୀ ଟିମ୍, ଦଳୀୟ ନେତା, ସମର୍ଥକ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନବୀନଙ୍କ ଏହି ଭିଡିଓ ବାର୍ତ୍ତା ସୂଚାଉଛି ଯେ, ସେ ଖୁବ୍ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି।
ସୂଚନାଯୋଗ୍ୟ ନବୀନ ପଟ୍ଟନାୟକଙ୍କୁ ସୋମବାର ଅପରାହ୍ଣରେ ସମ୍ ଅଲ୍ଟିମେଟ ମେଡିକେୟାରର ଅବଜରଭେସନ୍ ରୁମ୍ରୁ କ୍ୟାବିନ୍କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ତାଙ୍କ କଣ୍ଡିସନ୍ ଷ୍ଟେବୁଲ ରହିଥିବା ମେଡିକାଲ ପକ୍ଷରୁ ମେଡିକାଲ୍ ବୁଲେଟିନ୍ରେ କୁହାଯାଇଛି।