ଛାତ୍ରଛାତ୍ରୀଙ୍କୁ ଷ୍ଟଡି ଟୁରରେ ନେଇ ଯାଇଥିବା ବସ୍‌କୁ ୧୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ୍‌ କାଟିଲା ଆର୍‌ଟିଓ

ନବରଙ୍ଗପୁର: ଘରୋଇ ବସକୁ ବଡ଼ ଫାଇନ୍ । କଲେଜ ଛାତ୍ରଛାତ୍ରୀଙ୍କ ଷ୍ଟଡ଼ି ଟୁରରେ କଳାହାଣ୍ଡିରୁ ସିମିଳିଗୁଡା ନେଇ ଯାଉଥିବା ସୋମେଶ ନାମକ ବସକୁ ୧୧ଲକ୍ଷ ୨୨ ହଜାର ୧୪୭ ଟଙ୍କାର ଫାଇନ ପକାଇଛି ନବରଙ୍ଗପୁର ପରିବହନ ବିଭାଗ। କଳାହାଣ୍ଡିରୁ ସେମିଳିଗୁଡ଼ା ଯାଉଥିବା ବେଳେ ପାପଡ଼ାହାଣ୍ଡି ସ୍ଥିତ ଡିଅର ପାର୍କ ନିକଟରେ ପରିବହନ ବିଭାଗର ଚେକିଂରେ ପଡ଼ିଥିଲା ବସଟି । ଯାଞ୍ଚ ବେଳେ ଜଣାପଡ଼ିଥିଲା କି ବସ୍‌ଟିର ୨୦୧୯ରୁ ଟ୍ୟାକ୍ସ ଦିଆଯାଇନାହିଁ ଏବଂ ଗାଡିର ପରମିଟ ମଧ୍ୟ ନାହିଁ। […]

ନବରଙ୍ଗପୁର: ଘରୋଇ ବସକୁ ବଡ଼ ଫାଇନ୍ । କଲେଜ ଛାତ୍ରଛାତ୍ରୀଙ୍କ ଷ୍ଟଡ଼ି ଟୁରରେ କଳାହାଣ୍ଡିରୁ ସିମିଳିଗୁଡା ନେଇ ଯାଉଥିବା ସୋମେଶ ନାମକ ବସକୁ ୧୧ଲକ୍ଷ ୨୨ ହଜାର ୧୪୭ ଟଙ୍କାର ଫାଇନ ପକାଇଛି ନବରଙ୍ଗପୁର ପରିବହନ ବିଭାଗ। କଳାହାଣ୍ଡିରୁ ସେମିଳିଗୁଡ଼ା ଯାଉଥିବା ବେଳେ ପାପଡ଼ାହାଣ୍ଡି ସ୍ଥିତ ଡିଅର ପାର୍କ ନିକଟରେ ପରିବହନ ବିଭାଗର ଚେକିଂରେ ପଡ଼ିଥିଲା ବସଟି । ଯାଞ୍ଚ ବେଳେ ଜଣାପଡ଼ିଥିଲା କି ବସ୍‌ଟିର ୨୦୧୯ରୁ ଟ୍ୟାକ୍ସ ଦିଆଯାଇନାହିଁ ଏବଂ ଗାଡିର ପରମିଟ ମଧ୍ୟ ନାହିଁ। ଏଥି ପାଇଁ ବସ୍‌କୁ ୧୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ୍‌ କରାଯାଇଛି। ଏନେଇ ନବରଙ୍ଗପୁର ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।

ଗାଡିଟିରୁ ଫାଇନ ଆଦାୟ କରାଯିବା ସହ ଗାଟିଟିକୁ ନବରଙ୍ଗପୁର ପରିବହନ ବିଭାଗ ଅଟକ ରଖିଥିବା ବେଳେ ଅନ୍ୟ ଏକ ଗାଡିର ବ୍ୟବସ୍ଥା କରି ଛାତ୍ରଛାତ୍ରୀଙ୍କୁ ସିମିଳିଗୁଡା ପଠାଯାଇଥିବା ଜଣାପଡ଼ିଛି ।

About The Author: The Sakala