ଦେହ ଭଲ କରିବାକୁ…… ମାସକର ଶିଶୁ ପେଟରେ ୪୦ ଚେଙ୍କ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଉମରକୋଟ : ଦେହ ଭଲ କରିବା ପାଇଁ ମାସକର ଏକ ଶିଶୁକୁ ଚେଙ୍କ ଦିଆଯିବା ଘଟଣା ଏଠାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁଟି ଚନ୍ଦାହାଣ୍ଡି ବ୍ଲକ୍‌ର ଗମ୍ଭାରୀଗୁଡ଼ା ପଞ୍ଚାୟତର ଫୁଣ୍ଡେଲପଡ଼ା ଗ୍ରାମର ସରୋଜ କୁମାର ନାୟକଙ୍କ ୧ ମାସର ଶିଶୁପୁତ୍ର। ତା’ ପେଟରେ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଚିହ୍ନ ରହିଛି। ପରିସ୍ଥିତି ଏପରି ହେଇଛି ଯେ ଛୁଆଟିର ପେଟରେ ଆଉ ଖାଲି ସ୍ଥାନ […]

ଉମରକୋଟ : ଦେହ ଭଲ କରିବା ପାଇଁ ମାସକର ଏକ ଶିଶୁକୁ ଚେଙ୍କ ଦିଆଯିବା ଘଟଣା ଏଠାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁଟି ଚନ୍ଦାହାଣ୍ଡି ବ୍ଲକ୍‌ର ଗମ୍ଭାରୀଗୁଡ଼ା ପଞ୍ଚାୟତର ଫୁଣ୍ଡେଲପଡ଼ା ଗ୍ରାମର ସରୋଜ କୁମାର ନାୟକଙ୍କ ୧ ମାସର ଶିଶୁପୁତ୍ର। ତା’ ପେଟରେ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଚିହ୍ନ ରହିଛି। ପରିସ୍ଥିତି ଏପରି ହେଇଛି ଯେ ଛୁଆଟିର ପେଟରେ ଆଉ ଖାଲି ସ୍ଥାନ ଦେଖିବାକୁ ମିଳୁନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ପିଲାଟି ଜନ୍ମ ହେବାର ୧୦ ଦିନ ପରେ ଦେହ ଭାଙ୍ଗି ମୋଡ଼ି ହେଉଥିଲା ଓ କାନ୍ଦୁଥିଲା। ଏହା ଦେଖି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ୟ କାହାର କଥାରେ ପଡ଼ି ପିଲାଟିର ପେଟରେ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଦିଆଯାଇଥିଲା। ପରିବାରଲୋକଙ୍କ କହିବା ଅନୁଯାୟୀ, ଚେଙ୍କ ଦେବା ପରେ କିଛି ଦିନ ଶିଶୁଟି ଆଉ କାନ୍ଦିନଥିଲା। କିନ୍ତୁ ବର୍ତ୍ତମାନ ଦୁଇ ଦିନ ହେଲା ଶିଶୁଟି ଚେଙ୍କର ଯନ୍ତ୍ରଣା ସମ୍ଭାଳି ନପାରି ପୁଣି କାନ୍ଦିବା ଆରମ୍ଭ କରିଥିଲା। ତେଣୁ ପରିବାରଲୋକେ ଆଜି ଦିନ ପ୍ରାୟ ୧ଟାରେ ତାକୁ ଉମରକୋଟ ଚିକିତ୍ସାଳୟକୁ ଆଣିଥିଲେ।

ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ତୁରନ୍ତ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ନିଜେ ହିଁ ଚିକିତ୍ସା ଆରମ୍ଭ କରିଦେଇଥିଲେ। ଚିକିତ୍ସା ପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡା. ପଣ୍ଡା କହିଛନ୍ତି।

About The Author: The Sakala