ଆଜିଠୁ ସକାଳୁଆ ସ୍କୁଲ ସାଙ୍ଗକୁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି। ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ସ୍କୁଲ ସମୟ ସକାଳ ୬ଟା ୩୦ ମିନିଟ୍‍ରୁ ୧୦ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ଚାଲିବ। ସେହିପରି ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠପଢ଼ା ସମୟ ସକାଳ ୭ଟା ୩୦ ମିନିଟ୍‍ରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ରଖାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ତାପମାତ୍ରା ବଢୁଥିବା କାରଣରୁ ମାର୍ଚ୍ଚ ୩୦ […]

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି। ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ସ୍କୁଲ ସମୟ ସକାଳ ୬ଟା ୩୦ ମିନିଟ୍‍ରୁ ୧୦ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ଚାଲିବ। ସେହିପରି ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠପଢ଼ା ସମୟ ସକାଳ ୭ଟା ୩୦ ମିନିଟ୍‍ରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ରଖାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ତାପମାତ୍ରା ବଢୁଥିବା କାରଣରୁ ମାର୍ଚ୍ଚ ୩୦ ତାରିଖରେ ସ୍କୁଲ ସମୟରେ ପରିବର୍ତ୍ତନ ହୋଇଥିଲା। ସକାଳ ୬ଟା ୩୦ରୁ ୧୦ଟା ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା ଏବଂ ନବମ ଓ ଦଶମ ଶ୍ରେଣୀଙ୍କ ପାଠପଢା ସକାଳ ୭ଟାରୁ ୧୧ ଟା ଯାଏଁ ଚାଲିବ ବୋଲି ଗତକାଲି ଘୋଷଣା ହୋଇଥିଲା। କିନ୍ତୁ ଗତକାଲି ସେହି ଟାଇମିଂରେ ଟିକେ ପରିବର୍ତ୍ତନ କରାଯାଇ ନୂଆ ଟାଇମ ଘୋଷଣା କରାଯାଇଥିଲା। ଉଭୟ ଶ୍ରେଣୀର ପଢ଼଼ା ସମୟକୁ ଅଧଘଣ୍ଟା ଲେଖାଏଁ ବୃଦ୍ଧି କରାଯାଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କ ପଢ଼଼ା ସକାଳ ୬ଟା ୩୦ରୁ ୧୦ଟା ୩୦ ଏବଂ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପଢ଼଼ା ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ନିର୍ଦ୍ଧାରିତ ହୋଇଛି। ଆଜିଠାରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଆରମ୍ଭ ହେବା ନେଇ ମଧ୍ୟ ବିଭାଗ ଦର୍ଶାଇଛି।

About The Author: The Sakala