ଆଜିଠୁ ଆରମ୍ଭ ହେଲା ମୌସୁମୀ ଅପସାରଣ ପ୍ରକ୍ରିୟା

ଭୁବନେଶ୍ବର: ଆଜିଠୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି।  ଦକ୍ଷିଣପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ସ୍ୱାଭାବିକ ତାରିଖ ୧୭ ସେପ୍ଟେମ୍ବର ତୁଳନାରେ ଆଜି ୨୫ ସେପ୍ଟେମ୍ବରରୁ ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ କରିଛି। ବାୟୁମଣ୍ଡଳରେ ୧.୫ କିମି ଉଚ୍ଚତାରେ ଗୁରୁଚାପ ବଳୟର ଉପସ୍ଥିତି।  ଉପଗ୍ରହରୁ ଉତ୍ତୋଳନ ହୋଇଥିବା ଜଳୀୟବାଷ୍ପର ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି କି ଆଜି ମୌସୁମୀ ପ୍ରତ୍ୟାବର୍ତ୍ତନ ରେଖା ୨୮.୩° ଉତ୍ତର ଅକ୍ଷାଂଶ /୭୨° ପୂର୍ବ ଦ୍ରାଘିମା , ନଖରା , ଯୋଧପୁର , ବାର୍ମେର, […]

ଭୁବନେଶ୍ବର: ଆଜିଠୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି।  ଦକ୍ଷିଣପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ସ୍ୱାଭାବିକ ତାରିଖ ୧୭ ସେପ୍ଟେମ୍ବର ତୁଳନାରେ ଆଜି ୨୫ ସେପ୍ଟେମ୍ବରରୁ ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ କରିଛି।

ବାୟୁମଣ୍ଡଳରେ ୧.୫ କିମି ଉଚ୍ଚତାରେ ଗୁରୁଚାପ ବଳୟର ଉପସ୍ଥିତି।  ଉପଗ୍ରହରୁ ଉତ୍ତୋଳନ ହୋଇଥିବା ଜଳୀୟବାଷ୍ପର ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି କି ଆଜି ମୌସୁମୀ ପ୍ରତ୍ୟାବର୍ତ୍ତନ ରେଖା ୨୮.୩° ଉତ୍ତର ଅକ୍ଷାଂଶ /୭୨° ପୂର୍ବ ଦ୍ରାଘିମା , ନଖରା , ଯୋଧପୁର , ବାର୍ମେର, ୨୫.୭° ଉତ୍ତର ଅକ୍ଷାଂଶ /୭୦.୩° ପୂର୍ଵ ଦ୍ରାଘିମା ଦେଇ ଅତିକ୍ରମ କରୁଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

About The Author: The Sakala