ଟାୱାର ବସାଇବା ଆଳରେ ୧୯ଲକ୍ଷ ଟଙ୍କା ଠକେଇ

ଭୁବନେଶ୍ୱର,୨୬।୭(ସମିସ): ପୁଣି ମାତିଲେ ସାଇବର ଠକ। ଟାୱାର ବସାଇବା ଆଳରେ ଆଉ ଜଣେ ଲୋକଙ୍କୁ ଚୂନ ଲଗାଇଛନ୍ତି। ନିଜ ଜାଗାରେ ଟାୱାର ବସାଇ ମାସିକ ୫୦ହଜାର ଟଙ୍କା ଭଡା ପାଇବର ଲୋଭ ଦେଖାଇ ସାଇବର ଠକ ଲୁଟି ନେଇଛନ୍ତି ୧୯ଲକ୍ଷ ଟଙ୍କା। ଠକେଇର ଶିକାର ହୋଇଥିବା ଭଦ୍ରକ ଜିଲ୍ଲା କିସ୍‍ମତ କୃଷ୍ଣପୁର ଗ୍ରାମର ବିଷ୍ଣୁପଦ ମଇତି। ସେ ଏନେଇ କ୍ରାଇମ୍‍ବ୍ରାଞ୍ଚ ସାଇବର ସେଲ୍‌ଫରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ କ୍ରାଇମ୍‍ବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ଗତ […]

ଭୁବନେଶ୍ୱର,୨୬।୭(ସମିସ): ପୁଣି ମାତିଲେ ସାଇବର ଠକ। ଟାୱାର ବସାଇବା ଆଳରେ ଆଉ ଜଣେ ଲୋକଙ୍କୁ ଚୂନ ଲଗାଇଛନ୍ତି। ନିଜ ଜାଗାରେ ଟାୱାର ବସାଇ ମାସିକ ୫୦ହଜାର ଟଙ୍କା ଭଡା ପାଇବର ଲୋଭ ଦେଖାଇ ସାଇବର ଠକ ଲୁଟି ନେଇଛନ୍ତି ୧୯ଲକ୍ଷ ଟଙ୍କା। ଠକେଇର ଶିକାର ହୋଇଥିବା ଭଦ୍ରକ ଜିଲ୍ଲା କିସ୍‍ମତ କୃଷ୍ଣପୁର ଗ୍ରାମର ବିଷ୍ଣୁପଦ ମଇତି। ସେ ଏନେଇ କ୍ରାଇମ୍‍ବ୍ରାଞ୍ଚ ସାଇବର ସେଲ୍‌ଫରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ କ୍ରାଇମ୍‍ବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ଗତ ବର୍ଷ ଡିସେମ୍ବର ମାସରେ ସାଇବର ଠକ ତାଙ୍କ ନିକଟକୁ ଫୋନ୍‍ କରି ତୁମର ଜାଗା ଅଛି ବୋଲି ପଚାରିଥିଲେ। ବିଷ୍ଣୁପଦ ଠକର ଚାଲକୁ ବୁଝି ନପାରି ତାଙ୍କର ଜାଗା ଥିବା କହିଥିଲେ। ସାଇବର ଠକ ନିଜକୁ ଏୟାରଟେଲ୍‍ କମ୍ପାନୀରୁ ଫୋନ୍‍ କରିଥିବା କହିଥିଲେ। ତୁମ ଜାଗାରେ ଟାୱାର ବସାଇ ମାସିକ ୫୦ ହଜାର ଟଙ୍କା ଭଡା ପାଇବା ପାଇଁ କହିଥିଲେ।

ଏପରିକି ଇଚ୍ଛୁକ ଥିଲେ ଜମିର ଫଟୋ, ଆଧାରକାର୍ଡ, ଭୋଟର କାର୍ଡ ଆଦି ହ୍ୱାଟ୍ସଆପ୍‍କୁ ପଠାଇବାକୁ ଠକ କହିଥିଲା। ଠକର କଥାରେ ବିଷ୍ଣୁପଦ ଜମିର ସମସ୍ତ ତଥ୍ୟ ପଠାଇବା ପରେ ତାଙ୍କ ନିକଟକୁ ଆଉ ଏକ ଫୋନ୍‍ ଆସିଥିଲା। ଠକ ତାଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ବିଷ୍ଣୁପଦ ଦେଇଥିବା ପ୍ଲଟ ନିକଟରେ ଏକ ମନ୍ଦିର ଥିବା କହିଥିଲେ। ଠକର କଥା ଶୁଣି ବିଷ୍ଣପୁଦଙ୍କ ବିଶ୍ୱାସ ଆସିଥିଲା। ସେ ଏହି ଟାୱାର ବସାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଠକ ତାଙ୍କୁ ଜମିର ଏକ ଲାଇସେନ୍ସ କରିବା ପାଇଁ କହିଥିଲେ। ଏହି ଲାଇସେନ୍ସ କରିବାକୁ ହେଲେ ଅଧିକ ଟଙ୍କା ପଡ଼ିବ, କିନ୍ତୁ କମ୍ପାନୀ ସମସ୍ତ ଟଙ୍କା ହାତରୁ ଦେଉଥିବା ବେଳେ ଆପଣକୁ ମାତ୍ର ୧୧ହଜାର ୨ଶହ ଟଙ୍କା ଦେବାକୁ ହେବ ବୋଲି ଠକ କହିଥିଲା। ଲାଇସେନ୍ସ ହେବା ପରେ କମ୍ପାନୀ ଲୋକ ଯାଇ ଆପଣଙ୍କ ସହ ଏଗ୍ରିମେଣ୍ଟ କରିବା ସହ ଜମିରେ ଟାୱାର ବସାଇବା କାମ ଆରମ୍ଭ କରିବେ ବୋଲି କହିଥିଲେ।

ଠକର କଥାରେ ବିଷ୍ଣୁପଦ ଗତ ବର୍ଷ ଡିସେମ୍ବର ୨୨ ତାରିଖରେ ୫ହଜାର ଓ ପରେ ୫ ହଜାର ୯ଶହ ଟଙ୍କା ପଠାଇଥିଲେ। ଠକ ଟଙ୍କା ନେବାପରେ ବିଶ୍ୱାସ ଜମାଇବା ପାଇଁ ତାଙ୍କ ନିକଟକୁ ଏକ ଆପ୍ରୋଭାଲ ଲେଟର ପଠାଇଥିଲେ। ଏହା ପରେ ଠକ ତାଙ୍କୁ ଜିଏସ୍‍ଟି ଫିସ ବାବଦକୁ ୨ଲକ୍ଷ, ଆଇଟି ରିଟର୍ଣ୍ଣ ବାବଦକୁ ୩ ଲକ୍ଷ ଏବଂ ଅନ୍ୟାନ ବାହାନାରେ ୧୯ ଲକ୍ଷ ଟଙ୍କା ନେଇଥିଲେ ଠକ। ବିଚରା ବିଷ୍ଣପୁଦ ବନ୍ଧୁ ବାନ୍ଧବଙ୍କ ଠାରୁ ଟଙ୍କା ଧାର ଆଣିବା ସହ ବ୍ୟାଙ୍କ୍‍ରୁ ଲୋନ୍‍ କରି ଠକକୁ ଦେଇଥିଲେ। ଠକ ସମସ୍ତ ଟଙ୍କା ନେବା ପରେ ପୁଣି ଟଙ୍କା ମାଗୁଥିଲା। ବିଷ୍ଣୁପଦଙ୍କ ସନ୍ଦେହ ହେବାରୁ ସେ ବ୍ୟାଙ୍କ୍‍କୁ ଯାଇ ଯାଞ୍ଚ କରିବା ପରେ ଟଙ୍କା ପଠାଇଥିବା ଆକାଉଣ୍ଟ ସାଇବର ଠକର ବୋଲି ଜାଣିବାକୁ ପାଇ କ୍ରାଇମ୍‍ବ୍ରାଞ୍ଚରେ ଅଭିଯୋଗ କରିଛନ୍ତି।

About The Author: The Sakala