ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତ ଜାଳିବା ଘଟଣା: ସାଂସଦ ମାନସ ମଙ୍ଗରାଜଙ୍କ ସମେତ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ବର: ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲା ଦୁର୍ବୃତ୍ତ। ବଲାଙ୍ଗୀର ପାଟଣାଗଡ଼ରେ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତ ଜାଳି ଦେଇଥିବା ଜଣାପଡିଛି। ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିବା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପ୍ରବାଦପୁରୁଷଙ୍କୁ ଅସମ୍ମାନ ଦେବା ଘଟଣା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି। ସାଂସଦ ମାନସ ମଙ୍ଗରାଜ ତୀବ୍ର ନିନ୍ଦା କରିଛନ୍ତି। ଏ ଘଟଣା ଅତି ନିନ୍ଦନୀୟ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି। ଏଭଳି ଘୃଣ୍ୟ କାମକୁ ଓଡ଼ିଶାବାସୀ କେବେ କ୍ଷମା […]

ଭୁବନେଶ୍ବର: ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲା ଦୁର୍ବୃତ୍ତ। ବଲାଙ୍ଗୀର ପାଟଣାଗଡ଼ରେ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତ ଜାଳି ଦେଇଥିବା ଜଣାପଡିଛି। ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିବା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପ୍ରବାଦପୁରୁଷଙ୍କୁ ଅସମ୍ମାନ ଦେବା ଘଟଣା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି। ସାଂସଦ ମାନସ ମଙ୍ଗରାଜ ତୀବ୍ର ନିନ୍ଦା କରିଛନ୍ତି। ଏ ଘଟଣା ଅତି ନିନ୍ଦନୀୟ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି। ଏଭଳି ଘୃଣ୍ୟ କାମକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି। ଏହା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡ଼ିଛି। ଓଡ଼ିଶାର ବରପୁତ୍ରଙ୍କ ପ୍ରତି ଅସମ୍ମାନକୁ ପ୍ରଶୟ ଦିଆଯିବନି ବୋଲି ସେ କହିଛନ୍ତି।

ସେହିପରି ପୂର୍ବତନ ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ,  ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଯିଏ ବି କରିଛି, ଏହା ତାଙ୍କ ହୀନମନ୍ୟତା। କେହି ଭୁଲିବା କଥା ନୁହେଁ ଯେ, ବିଜୁ ପଟ୍ଟନାୟକଙ୍କ ପରି ମହାପୁରୁଷଙ୍କ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଭୂମିକା ରହିଛି। ଯେଉଁଥି ପାଇଁ ଆମେ ଆଜି ନାଗରିକ ହେବାର ଗର୍ବ କରି ପାରୁଛୁ। ପ୍ରଶାସନ ଏ ଦିଗରେ ଆଇନଗତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବିଜୁ ପଟ୍ଟନାୟକଙ୍କ ମରଶରୀରରେ ତିନି ରାଷ୍ଟ୍ରର ଜାତୀୟ ପତାକା ପଡିଥିଲା। ସଂକୀର୍ଣ୍ଣ ରାଜନୀତିରୁ ବାହାରିବା ଦରକାର ବୋଲି ସେ କହିଛନ୍ତି।

ଖବର ଅନୁଯାୟୀ, ବଲାଙ୍ଗୀର ପାଟଣାଗଡ଼ରେ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତ ଜାଳି ଦେଇଥିବା ଜଣାପଡିଛି। ଆଜି ସକାଳୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ଦେଖିବାକୁ ମିଳିଛି  ପାଟଣାଗଡ ସହରରେ ଅଶାନ୍ତ ପରିବେଶ ସୃଷ୍ଟି ଲାଗି ଏହା ପ୍ରୟାସ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି।

About The Author: The Sakala