ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାର ଜୀବନ; ସରକାରୀ ଜାଗାବାଡିକୁ କେନ୍ଦ୍ର କରି ହତ୍ଯା

ଖୋର୍ଦ୍ଧା: ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗାବାଡିକୁ କେନ୍ଦ୍ର କରି ହତ୍ଯା। ସଦର ଥାନା ବ୍ରଜମୋହନପୁର ଶରଧାପୁର ଗ୍ରାମରେ ଘଟଣା ଘଟିଛି। ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ବଳିଆରସିଂହ(75)। ସୂଚନା ଅନୁସାରେ, ଆଜି ସକାଳ ସମୟରେ ରବିନ୍ଦ୍ର ଦାଣ୍ଡ ପିଣ୍ଡାରେ ବସିଥିଲେ। ଏହି ସମୟରେ ଗ୍ରାମର ୬ରୁ ୭ଜଣ ଯୁବକ ପହଞ୍ଚି ଦାଣ୍ଡ ଦୁଆରେ ରବିନ୍ଦ୍ରଙ୍କ ପୁଅ ରଶ୍ମିରଞ୍ଜନ ନାଁ ଧରି ଗାଳିଗୁଲଜ କରିଥିଲେ। ରଶ୍ମି ବାହାରକୁ ଆସିବା ପରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। […]

ଖୋର୍ଦ୍ଧା: ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗାବାଡିକୁ କେନ୍ଦ୍ର କରି ହତ୍ଯା। ସଦର ଥାନା ବ୍ରଜମୋହନପୁର ଶରଧାପୁର ଗ୍ରାମରେ ଘଟଣା ଘଟିଛି। ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ବଳିଆରସିଂହ(75)। ସୂଚନା ଅନୁସାରେ, ଆଜି ସକାଳ ସମୟରେ ରବିନ୍ଦ୍ର ଦାଣ୍ଡ ପିଣ୍ଡାରେ ବସିଥିଲେ। ଏହି ସମୟରେ ଗ୍ରାମର ୬ରୁ ୭ଜଣ ଯୁବକ ପହଞ୍ଚି ଦାଣ୍ଡ ଦୁଆରେ ରବିନ୍ଦ୍ରଙ୍କ ପୁଅ ରଶ୍ମିରଞ୍ଜନ ନାଁ ଧରି ଗାଳିଗୁଲଜ କରିଥିଲେ। ରଶ୍ମି ବାହାରକୁ ଆସିବା ପରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ରବିନ୍ଦ୍ର ମଧ୍ଯ ଆକ୍ରମଣର ଶୀକାର ହୋଇଥିଲେ। ଜଣେ ତାଙ୍କ ଛାତିକୁ କହୁଣୀରେ ଶକ୍ତ ଆଘାତ ଦେଇଥିଲେ। ରବିନ୍ଦ୍ର ତଳେ ପଡି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଅଭିଯୋଗ ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି।

About The Author: The Sakala