ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସରିଲା ଆବେଦନ, ୩ରେ ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର : ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ରବିବାର ଶେଷ ହୋଇଛି। ୨୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୮ ତାରିଖ ଆବେଦନର ଶେଷ ଦିନ ରହିଥିଲା। ତେବେ ନାମଲେଖା ପାଇଁ ଡିସେମ୍ୱର ୩ ଅପରାହ୍ନ ୨ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୩ ତାରିଖ ଅପରାହ୍ଣ ୫ଟା ରୁ ୬ ତାରିଖ ମଧ୍ୟ ରାତ୍ର ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଫି ଦାଖଲ କରିବେ। ଡିସେମ୍ବର ୪ରୁ […]

ଭୁବନେଶ୍ୱର : ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ରବିବାର ଶେଷ ହୋଇଛି। ୨୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୮ ତାରିଖ ଆବେଦନର ଶେଷ ଦିନ ରହିଥିଲା। ତେବେ ନାମଲେଖା ପାଇଁ ଡିସେମ୍ୱର ୩ ଅପରାହ୍ନ ୨ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୩ ତାରିଖ ଅପରାହ୍ଣ ୫ଟା ରୁ ୬ ତାରିଖ ମଧ୍ୟ ରାତ୍ର ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଫି ଦାଖଲ କରିବେ। ଡିସେମ୍ବର ୪ରୁ ୭ ତାରିଖ ମଧ୍ୟରେ ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇବେ।

ସେହିପରି ୧୦ ତାରିଖ ଅପରାହ୍ଣ ୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୧୦ରୁ ୧୩ ତାରିଖ ମଧ୍ୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଫି ଦାଖଲ କରିବାକୁ ଥିବାବେଳେ ୧୧ରୁ ୧୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରିପୋର୍ଟିଂ କରିବେ। ୧୭ ତାରିଖ ଅପରାହ୍ଣ ୨ଟାରେ ଖାଲିଥିବା ସିଟ୍‍ ସମ୍ପର୍କରେ ଚୂଡ଼ାନ୍ତ ତାଲିକା ସାମ୍ସ ପୋର୍ଟାଲରେ ଅପଡେଟ୍‍ କରାଯିବ। ତେବେ ଡିସେମ୍ବର ୧୮ରୁ ଖାଲିଥିବା ସିଟ୍‍ରେ ସ୍ପଟ୍‍ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା ଡିସେମ୍ବର ୨୩ରେ ସାରିବାକୁ ନିର୍ଦ୍ଧାରିତ ହୋଇଥିବାବେଳେ ୨୪ ତାରିଖ ଅପରାହ୍ଣ ୫ଟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଅପଡେଟ୍‍ କରାଯିବ। ସୂଚନାଯୋଗ୍ୟ, ରାଜ୍ୟର ୧୦୨୪ ଡିଗ୍ରି କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆହୁରି ୮୬ ହଜାର ୮୦୯ଟି ସିଟ୍‍ ବଳକା ରହିଛି। ଅପରପକ୍ଷେ ପିଜି ସ୍ପଟ୍‍ ନାମଲେଖା ପାଇଁ ଆସନ୍ତାକାଲି ଶେଷ ଦିନ ରହିଛି।

About The Author: The Sakala