ବାଲେଶ୍ଵର : ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୋମବାର ଦିନ ବାଲେଶ୍ୱର ସର୍କିଟ ହାଉସ୍ ରେ ଉପସ୍ଥିତ ରହି ଏକ ବୈଠକ କରିଥିଲେ। ଏହି ବୈଠକରେ ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ବରୂପ କୁମାର ଦାସ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର,ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବିଧାୟକ ଅନନ୍ତ ଦାସଙ୍କ ପୁଅ ବିଶ୍ବଜିତ ଦାସ,ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ରାଜ୍ୟ ଯୁବ କାର୍ଯ୍ୟକାରିଣୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଯୁବ ସଭାପତି ତାପସ ପରିଡା, ଛାତ୍ର ସଭାପତି ସିମନ ଦାସମହାପାତ୍ର, ଟାଉନ ସଭାପତି ସନତ ଦାସ, ପୂର୍ବତନ ଭାଇସ୍ ଚେୟାରମ୍ୟାନ ମନୋଜ ରାଉତ, ଟାଉନ୍ ମହିଳା ସଭାପତି ରଞ୍ଜିତା ମହାପାତ୍ର, ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ମୀନା ମହାନ୍ତି ଏବଂ ଛାମୁଆ ସଂଗଠନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକରେ ବାତ୍ୟା ପାଇଁ ସମସ୍ତଙ୍କୁ ସଜାଗ ରହିବାକୁ ଶ୍ରୀ ଦାସ କହିଥିଲେ। ଏଥିସହିତ ଜିଲ୍ଲା ପ୍ରଶାସନ ସହ ମିଶି ଗ୍ରାଉଣ୍ଡରେ ସମସ୍ତ କାମରେ ସହଯୋଗ କରିବାକୁ ସମସ୍ତ ବିଧାୟକ, ଯୁବ ଛାତ୍ର ସଭାପତି ଏବଂ ସମସ୍ତ ସକ୍ରିୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ତେବେ ଆସନ୍ତାକାଲିଠୁ ପ୍ରବଣ ପ୍ରକାଶ ଦାସ ଓ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବାଲେଶ୍ଵରରେ ରହିବେ। ବାତ୍ୟା ପରିଚାଳନା କରିବା ସହ ସମସ୍ତ କାର୍ଯ୍ୟ ତଦାରଖ କରିବେ।
ବାତ୍ୟା ୟଶ ର ମୁକାବିଲା ପାଇଁ ସର୍କିଟ ହାଉସ୍ ରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜରୁରୀ ବୈଠକ
ବାଲେଶ୍ଵର : ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୋମବାର ଦିନ ବାଲେଶ୍ୱର ସର୍କିଟ ହାଉସ୍ ରେ ଉପସ୍ଥିତ ରହି ଏକ ବୈଠକ କରିଥିଲେ। ଏହି ବୈଠକରେ ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ବରୂପ କୁମାର ଦାସ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର,ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବିଧାୟକ ଅନନ୍ତ ଦାସଙ୍କ ପୁଅ ବିଶ୍ବଜିତ ଦାସ,ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, […]