ଗଛ କାଟୁଥିବା ବେଳେ ଡ଼ାଳ ପଡି ଚାଲିଗଲା ଯୁବକଙ୍କ ଜୀବନ

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ ଡ଼ାଳ । ଫଳରେ ଗଛ ସନ୍ଧିରେ ଚାପି ହୋଇ ୨୦ ଫୁଟ ଉପରେ ଏକ ଘଣ୍ଟା ଧରି ଝୁଲିରହିଲେ ଯୁବକ । ଫଳରେ ଯୁବକଙ୍କର ମୃତ୍ୟୁ ହୋଇଛି । 

ଖବର ଅନୁସାରେ, ଶାଣଦେଇ ଗ୍ରାମର କୁଅଁର ହାଁସଦା (୩୨)କଟୁରିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଗଛ କାଟିବା ପାଇଁ ଗଛ ଉପରକୁ ଉଠିଥିଲେ । ଗଛର ଡାଳ କାଟିବା ପରେ ହଠାତ ଉକ୍ତ ଗଛ ଉପରେ ପଡି ରହିଥିବା ଅନ୍ୟ ଏକ ଡାଳ କୁଅଁରଙ୍କ ଉପରେ ଚାପି ହୋଇ ରହିଥିଲା। ପ୍ରାୟ ୨୦ ଫୁଟ ଉପରେ ସେ  ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖି ଦମକଳ ବିଭାଗକୁ ଖବର ଦେଇଥିଲେ। କପ୍ତିପଦା ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କୁଅଁରଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶରତ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

About The Author: Madhusudan Das