ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାରିପଦା: ବନ୍ଦ ଘରୁ ଜନୈକା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତଦେହ ଉଦ୍ଧାର କରିଛି ବାରିପଦା ଟାଉନ ପୁଲିସ। ମୃତା ଜଣଙ୍କ ହେଲେ ୨୬ନଂ ଓ୍ବାର୍ଡ ଭୁଗୁଡାକଠାର ବାବୁ ସିଂଙ୍କ ପତ୍ନୀ ଆରତୀ । ସୂଚନା ଅନୁସାରେ, ବାବୁ ସିଂ ଦୁଇରୁ ତିନି ଦିନ ପୂର୍ବରୁ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିବା ବେଳେ ସ୍ତ୍ରୀ ଆରତୀଙ୍କ ସହିତ ଝଗଡା କରିଥିଲେ। ତେବେ ସେହିଦିନ ଠାରୁ ବାବୁ କୁଆଡେ ଚାଲି ଯାଇଥିବା ବେଳେ ତାଙ୍କର ଖୋଜ ଖବର […]

ବାରିପଦା: ବନ୍ଦ ଘରୁ ଜନୈକା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତଦେହ ଉଦ୍ଧାର କରିଛି ବାରିପଦା ଟାଉନ ପୁଲିସ। ମୃତା ଜଣଙ୍କ ହେଲେ ୨୬ନଂ ଓ୍ବାର୍ଡ ଭୁଗୁଡାକଠାର ବାବୁ ସିଂଙ୍କ ପତ୍ନୀ ଆରତୀ । ସୂଚନା ଅନୁସାରେ, ବାବୁ ସିଂ ଦୁଇରୁ ତିନି ଦିନ ପୂର୍ବରୁ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିବା ବେଳେ ସ୍ତ୍ରୀ ଆରତୀଙ୍କ ସହିତ ଝଗଡା କରିଥିଲେ। ତେବେ ସେହିଦିନ ଠାରୁ ବାବୁ କୁଆଡେ ଚାଲି ଯାଇଥିବା ବେଳେ ତାଙ୍କର ଖୋଜ ଖବର ନାହିଁ। ଏଥି ସହିତ ସେହି ଦିନରୁ ଆରତୀ ମଧ୍ୟ ଘର ବାହାରକୁ ଆସିଥିବାର କେହି ଦେଖିବାକୁ ପାଇ ନଥିଲେ ବୋଲି ସ୍ଥାନୀୟ ପଡୋଶୀ ମାନେ କହିଛନ୍ତି। ତେବେ ଆଜି ଘର ମଧ୍ୟରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ। ଟାଉନ ଥାନା ପୁଲିସ ସାଇଣ୍ଟିଫିକ ଟିମ ସହିତ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ପଚାରଉଚରା କରି ତଦନ୍ତ ଜାରି ରଖିଛି ପୁଲିସ । ଉକ୍ତ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

About The Author: The Sakala