ବାରିପଦାରୁ ଅପହୃତା ଆଦିବାସୀ ନାବାଳିକା ଭୁବନେଶ୍ବରରୁ ଉଦ୍ଧାର, ସ୍ବଳ୍ପ ବୟସର ଯୁବତୀଙ୍କୁ ଅପହରଣ କରି ଦେହବ୍ଯବସାୟରେ ଲଗାଉଥିଲେ ଶିକ୍ଷୟିତ୍ରୀ

ବାରିପଦା: ବାରିପଦାରୁ ଅପହୃତା ଜଣେ ଆଦିବାସୀ ନାବାଳିକାକୁ ଉଦ୍ଧାର କରାଯାଇଛି। ତାକୁ ନେଇ ଦେହ ବ୍ଯବସାୟରେ ଲଗାଇଥିବା ଶିକ୍ଷୟିତ୍ରୀଙ୍କୁ ପୁଲିସ ଗିରଫ କରିଥିବା ବେଳେ ହୋଟେଲ ମାଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ଅଭିଯୁକ୍ତ ଶିକ୍ଷୟିତ୍ରୀ ଜଣଙ୍କ ହେଲେ ଭୁବନେଶ୍ୱର ଖାରବେଳ ନଗର ଥାନା ଅଧୀନ ବାଣପୁର ମଧୁସୂଦନ ନଗରର ବିକ୍ରମ କେଶରୀ ବେହେରାଙ୍କ ପତ୍ନୀ ଟୁନା ଦାସ (୪୫) । ସେ ବିଭିନ୍ନ ଅଞ୍ଚଳରୁ ନୀରିହ ନାବାଳିକା ଓ ସ୍ୱଳ୍ପ ବୟସର ଯୁବତୀଙ୍କୁ କୌଶଳ […]

ବାରିପଦା: ବାରିପଦାରୁ ଅପହୃତା ଜଣେ ଆଦିବାସୀ ନାବାଳିକାକୁ ଉଦ୍ଧାର କରାଯାଇଛି। ତାକୁ ନେଇ ଦେହ ବ୍ଯବସାୟରେ ଲଗାଇଥିବା ଶିକ୍ଷୟିତ୍ରୀଙ୍କୁ ପୁଲିସ ଗିରଫ କରିଥିବା ବେଳେ ହୋଟେଲ ମାଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ଅଭିଯୁକ୍ତ ଶିକ୍ଷୟିତ୍ରୀ ଜଣଙ୍କ ହେଲେ ଭୁବନେଶ୍ୱର ଖାରବେଳ ନଗର ଥାନା ଅଧୀନ ବାଣପୁର ମଧୁସୂଦନ ନଗରର ବିକ୍ରମ କେଶରୀ ବେହେରାଙ୍କ ପତ୍ନୀ ଟୁନା ଦାସ (୪୫) । ସେ ବିଭିନ୍ନ ଅଞ୍ଚଳରୁ ନୀରିହ ନାବାଳିକା ଓ ସ୍ୱଳ୍ପ ବୟସର ଯୁବତୀଙ୍କୁ କୌଶଳ କ୍ରମେ ନିଜ ଜାଲରେ ଫଶାଇ ଭୁବନେଶ୍ୱର ଓ ବାଣପୁରର ହେଟେଲରେ ଦେହବ୍ୟବସାୟ ଚଳାନ୍ତି । ଏହି କ୍ରମରେ ବାରିପଦା ଅଞ୍ଚଳର ଜନୈକା ୧୪ବର୍ଷର ଆଦିବାସୀ ନାବାଳିକା ତାଙ୍କ ଶିକାରରେ ପଡ଼ିଥିଲା ।

ଉକ୍ତ ନାବାଳିକାଙ୍କ ଲିଖିତ ଅଭିଯୋଗରୁ ପ୍ରକାଶ ଯେ, ତାର ମା’ ଦ୍ୱିତୀୟ ବିବାହ ପରେ ମଦ୍ୟପ ସ୍ୱାମୀ ସହିତ ମିଶି ପାଠ ପଢ଼ିବାକୁ ନଦେଇ ନିର୍ଯ୍ୟାତନା ଦେବାରୁ ସେ ବାରିପଦାସ୍ଥିତ ଆଈ ଘରେ ରହୁଥିଲା। ତେବେ ବାଲେଶ୍ୱର ଅଞ୍ଚଳର ଜଣେ ଆମ୍ବୁଲାନ୍ସ ଚାଳକ ତାଙ୍କୁ ତାଙ୍କର ସ୍କୁଲ ସହପାଠିନୀ ଜରିଆରେ ବାରିପଦା ରେଳଷ୍ଟେସନକୁ ଡକାଇ ଅପହରଣ କରି ବାଲେଶ୍ୱର ନେବା ପରେ ସେଠାରୁ ଟ୍ରେନରେ ଅଭିଯୁକ୍ତ ମାନେ ଭୁନେଶ୍ୱରରେ ନେଇ ରେଳ ଷ୍ଟେସନ ନିକଟରେ ଥିବା ସାଇ ହେଟେଲ ରଖିଥିଲେ । ତତସହିତ ବାଣପୁରରେ ଅନ୍ୟ ଏକ ହେଟେଲକୁ ମଧ୍ୟ ନେଇ ପିଇବା ପାଣିରେ ନିଶା ଦେଇ ଦେହ ବ୍ୟବସାୟରେ ଲଗାଉଥିଲେ। ପ୍ରତିଦାନରେ ବନ୍ଦ କୋଠରୀରେ କଡା ସୁରକ୍ଷାରେ ରଖି ଗରାଖ ପିଚ୍ଛା ୨ହଜାର ଟଙ୍କା ଦେଉଥିଲେ।

ତେବେ ଶିକ୍ଷୟିତ୍ରୀଙ୍କ ଘରକୁ ଆସୁଥିବା ଜଣେ ଗୁରୁମା’ ଓ ଖାଦ୍ୟ ଯୋଗାଉଥିବା ଯୁବକଙ୍କ ସହଯୋଗରେ ନାବାଳିକା ଜଣଙ୍କ କୌଶଳ କ୍ରମେ ଖସି ପଳାଇ ଆସି ଟ୍ରେନରେ ବାଲେଶ୍ୱରରେ ପହଞ୍ଚିଥିଲେ। ପୁଲିସ ଉଦ୍ଧାର କରି ତାଙ୍କୁ ନାରୀ ସଙ୍ଘ ଜିମାରେ ଛାଡ଼ିଥିଲେ । ନାରୀ ସଙ୍ଘର ସଭାନେତ୍ରୀ ଲୋପାମୁଦ୍ରା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ନାବାଳିକା ଜଣଙ୍କ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବାରୁ ଆଇଆଇସି ବୀରେନ୍ଦ୍ର ସେନାପତି ଏକ ମାମଲା ରୁଜୁ କରି ତଦନ୍ତ ପରେ ସଫଳତା ପାଇଥିଲେ । ତେବେ ଘଟଣାରେ ଅନେକ ହାଇପ୍ରଫାଇଲ ଲୋକ ଜଡ଼ିତ ଥିବା ଜଣାପଡ଼ିଛି। ଅପହରଣକାରୀ ଆମ୍ବୁଲାନ୍ସ ଚାଳକ ଅନ୍ୟ ଏକ ଘଟଣାରେ ବାଲେଶ୍ୱର ଜେଲରେ ଥିବାରୁ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ। ଉଦ୍ଧାର ନାବାଳିକାଙ୍କ ଜରିଆରେ ପୁଲିସ ଏକ ବଡ଼ ରାକେଟର ସୁରାଖ୍ ପାଇଥିବା ଜଣାପଡ଼ିଛି ।

 

About The Author: The Sakala