ବୈଶିଙ୍ଗାରେ ଲଜ୍ଜା, ଘରେ ପଶି ଛାତ୍ରୀଙ୍କୁ ଦୁଷ୍କର୍ମ

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ପଞ୍ଚାୟତ ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା‌ରେ ବୈଶିଙ୍ଗା ପୁଲିସ୍‌ ଅଭିଯୁକ୍ତ ଟାରଜନ୍‌ ମାଝୀକୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାସହ ପୁଲିସ୍‌ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇବା ସହ ବୟାନ ରେକର୍ଡ କରିଛି। ସୂଚନାନୁଯାୟୀ, ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀଜଣଙ୍କ ମା’ଙ୍କ ସହ ବୈଶିଙ୍ଗା ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଗତକାଲି ତାଙ୍କ ମା’ କୌଣସି କାମରେ ବାହାରକୁ ଯାଇଥିବା ବେଳେ […]

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ପଞ୍ଚାୟତ ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା‌ରେ ବୈଶିଙ୍ଗା ପୁଲିସ୍‌ ଅଭିଯୁକ୍ତ ଟାରଜନ୍‌ ମାଝୀକୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାସହ ପୁଲିସ୍‌ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇବା ସହ ବୟାନ ରେକର୍ଡ କରିଛି।

ସୂଚନାନୁଯାୟୀ, ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀଜଣଙ୍କ ମା’ଙ୍କ ସହ ବୈଶିଙ୍ଗା ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଗତକାଲି ତାଙ୍କ ମା’ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦାହିବାଡ଼ି ଗ୍ରାମର ଟାରଜନ ତାଙ୍କ ଘରକୁ ଆସିଥିଲା। ମୋବାଇଲ୍‌ ଚାର୍ଜ ବସାଇବାକୁ ସେ ନାବାଳିକାକୁ ଅନୁରୋଧ କରିଥିଲା। କିନ୍ତୁ ନାବାଳିକାଜଣଙ୍କ ମନା କରିବାରୁ ସେ ତାଙ୍କ ଘରେ ଜୋରଜବରଦସ୍ତ ପଶିଯିବା ସହ ତାଙ୍କୁ ଦୁଷ୍କର୍ମ କରିଥିଲା। ଘରକୁ ଫେରିବା ପରେ ଝିଅଠାରୁ ସବୁ କଥା ଶୁଣିବା ପରେ ଏ ସଂପର୍କରେ ତାଙ୍କ ମା’ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ୍‌ ଘଟଣାସ୍ଥଳରେ ତଦନ୍ତ କରିବା ସହ ପରେ ଅଭିଯୁକ୍ତ ଟାରଜନ୍‌କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

About The Author: The Sakala