ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା; ମୟୁରଭଞ୍ଜ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ…

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲାକୁ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ। ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ବ୍ୟତୀତ, ବିଭିନ୍ନ ସ୍କୁଲ ସହିତ ସଂଲଗ୍ନ ଛାତ୍ରାବାସର ଅନ୍ତେବାସୀମାନଙ୍କୁ ଆଜବେଷ୍ଟସ୍ କିମ୍ବା କଚ୍ଚା କୋଠା ବଦଳରେ କଂକ୍ରିଟ୍ କୋଠାକୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଇଓମାନଙ୍କୁ ପରାମର୍ଶ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ଯେପରି କୌଣସି ପ୍ରକାରେ […]

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲାକୁ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ। ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ବ୍ୟତୀତ, ବିଭିନ୍ନ ସ୍କୁଲ ସହିତ ସଂଲଗ୍ନ ଛାତ୍ରାବାସର ଅନ୍ତେବାସୀମାନଙ୍କୁ ଆଜବେଷ୍ଟସ୍ କିମ୍ବା କଚ୍ଚା କୋଠା ବଦଳରେ କଂକ୍ରିଟ୍ କୋଠାକୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଇଓମାନଙ୍କୁ ପରାମର୍ଶ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ଯେପରି କୌଣସି ପ୍ରକାରେ କ୍ଷୟକ୍ଷତି ହୋଇଥିବା ଶ୍ରେଣୀ କୋଠା ବ୍ୟବହାର ନକରନ୍ତି ତାହା ମଧ୍ୟ ବିଇଓମାନେ ନିଶ୍ଚିତ କରିବାକୁ ଜିଲ୍ଲାପଳ ନିର୍ଦ୍ଦେଶ ଜାରି କରିଛନ୍ତି।

ଖବର ଅନୁଯାୟୀ, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଅବପାତ। ଏହାରି ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏମିତି କି ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ କେନ୍ଦ୍ର କହିଛି। ୨୫ ତାରିଖରେ ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ଓ ସ୍ଥାନେ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍‌ ଆଲର୍ଟ ଜାରି ହୋଇଛି।

 

About The Author: The Sakala