କରଞ୍ଜିଆରେ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଅଟକ

କରଞ୍ଜିଆ : କରଞ୍ଜିଆ ଥାନା ଅନ୍ତର୍ଗତ କୁଇତା ଢାବାଠାରେ ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ପକ୍ଷରୁ ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଜନୈକ ଯୁବତୀ କରଞ୍ଜିଆ ଥାନା ହଳଦିଆପୋଷି ଗ୍ରାମର ମାମୁ ଘରକୁ ବୁଲିବାକୁ ଆସିଥିବା ବେଳେ ମଙ୍ଗଳବାର ନାଧାଗାଢିଆ ଗ୍ରାମର ହନୁମାନ ମନ୍ଦିରକୁ ପୂଜା […]

କରଞ୍ଜିଆ : କରଞ୍ଜିଆ ଥାନା ଅନ୍ତର୍ଗତ କୁଇତା ଢାବାଠାରେ ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ପକ୍ଷରୁ ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।

ଜନୈକ ଯୁବତୀ କରଞ୍ଜିଆ ଥାନା ହଳଦିଆପୋଷି ଗ୍ରାମର ମାମୁ ଘରକୁ ବୁଲିବାକୁ ଆସିଥିବା ବେଳେ ମଙ୍ଗଳବାର ନାଧାଗାଢିଆ ଗ୍ରାମର ହନୁମାନ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ପୂଜାସାରି ସେ ମାମୁଘର ହଳଦିଆପୋଷି ଗ୍ରାମକୁ ଫେରୁଥିବା ବେଳେ ବାଟରେ ଏକ କାଜୁ ଜଙ୍ଗଲ ନିକଟରେ କିଛି ଦୁର୍ବୃତ୍ତ ସେଠାରେ ଥିଲେ। ଯୁବତୀଙ୍କୁ ଏକୁଟିଆ ପାଇ ବାଇକରେ ଜାତୀୟ ରାଜପଥ କୋଇତା ଢାବାକୁ ନେଇଯାଇଥିଲେ। ସେଠାରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ବହୁ କଷ୍ଟରେ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ପରେ ତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଅଭିଯୁକ୍ତ ବିକାଶ କୁମାର ପାତ୍ରକୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି।

About The Author: The Sakala