ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ। ୧୩ଟି ସ୍ଥାନରେ ନିଆଁ ଲାଗିଥିବା ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୁପକ୍ଷ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ବନବିଭାଗର କର୍ମଚାରୀମାନେ ସେସବୁ ସ୍ଥାନରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ମାଡ଼ି ଚାଲିଛି ନିଆଁ । ଉତ୍ତରଶିମିଳିପାଳର କେନ୍ଦୁମୁଣ୍ଡି, ଗୁଡ଼ଗୁଡ଼ିଆ ଓ ତାଳବନ୍ଦ ରେଞ୍ଜର ବିଭିନ୍ନ ସ୍ଥାନରେ ନିଆଁ ବ୍ୟାପିବାରେ ଲାଗିଛି। ଫଳରେ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ଏବେ ବିପଦରେ ପଡିଛନ୍ତି ।
ସ୍ଥାନୀୟ ବନବିଭାଗ ଟିମ୍ ତୁରନ୍ତ ନିଆଁକୁ ଆୟତ୍ତ ଲାଗି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି । ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏହି ସୂଚନା ଦେଇଛନ୍ତି । ନିଆଁ ଲିଭେଇବା ପାଇଁ ପ୍ରାୟ ୩୦୦ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଅଭୟାରଣ୍ୟରେ ଥରେ ନିଆଁ ଲାଗିଲେ ନିଆଁ ଲିଭେଇବା ବହୁତ କଷ୍ଟ ହେଇଥାଏ । ଏହାକୁ ଆଖି ଆଗରେ ରଖି ଶିମିଳିପାଳ କର୍ତ୍ତୃପକ୍ଷ ବ୍ୟାବକ ବ୍ୟବସ୍ଥା କରିଛନ୍ତି । ଅଭୟାରଣ୍ୟରେ ୨୮୪ ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଗତବର୍ଷ ୧୦୫୬ଟି ପଏଣ୍ଟରେ ନିଆଁ ଲାଗିଥିଲା ।