ଧାନ ବିଲରେ କାମ କରୁଥିବା ବେଳେ ଅଂଶୁଘାତରେ ଚାଲିଗଲା ଜୀବନ !

ରାସଗୋବିନ୍ଦପୁର: ଅଂଶୁଘାତରେ ପ୍ରଥମ ମୃତ୍ୟୁ ଅଭିଯୋଗ । ଧାନ ବିଲରେ କାମ କରୁଥିବା ବେଳେ ଅଂଶୁଘାତରେ ଚାଲିଗଲା ଜୀବନ । ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବନ୍ଧମୁଣ୍ଡି ଗାଁରେ ପ୍ରଚଣ୍ଡ ଖରା ଯୋଗୁଁ ଏପରି ଦୁଃଖଦ ଘଟଣା ଘଟିଛି। ଗାଁର ରଘୁନାଥ ମାହନା ଧାନ ବିଲରେ କାମ କରୁଥିବା ସମୟରେ ଅଚାନକ ଟଳି ପଡ଼ିଥିବା ଜଣାପଡ଼ିଛି। 

ସୂଚନା ଅନୁଯାୟୀ, ଅଧିକ ଅମଳ କରିବା ଲୋଭ ରେ ଭୟଙ୍କର ଖରା ଓ ତିବ୍ର ଉତ୍ତାପ ମଧ୍ୟରେ ସେ ବିଲରେ କାମ କରୁଥିଲେ। ତିବ୍ର ଉତ୍ତାପରେ ଅସୁସ୍ଥ ହୋଇ ଚେତା ହରାଇ ସେ ବିଲର ପାଣିରେ ପଡ଼ିଯାଇଥିଲେ। ଖରାର ତିବ୍ରତା ଏତେ ଅଧିକ ଥିଲା ଯେ, ପାଣି ମଧ୍ୟ ଗରମ ହୋଇଥିବାରୁ ତାଙ୍କର ଗୋଡ଼ ଶିଝିଯାଇଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ପରିବାର ବର୍ଗ ଏବଂ ସ୍ଥାନୀୟ ଲୋକମାନେ କହୁଛନ୍ତି। ଏହି ଦୁର୍ଘଟଣା ପରେ ଗାଁରେ ଶୋକର ଛାୟା ଛାଇଯାଇଛି।

About The Author: Madhusudan Das