ମର୍ମନ୍ତୁଦ ଦୁର୍ଘଟଣାରେ ଜଳିଗଲା କାର: ଅଳ୍ପକେ ବର୍ତ୍ତିଲେ ତିନି ଯୁବକ

ମହୁଲଡିହା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ନଂ ୫୩ ଜାତୀୟ ରାଜପଥ ଚମକ ପୁର ଗ୍ରାମ ନିକଟରେ ପ୍ରଥମ ରଜରେ ଗଛରେ ପିଟି ହୋଇ ଜଳିଗଲା କାର,ଅଳ୍ପକେ ବର୍ତିଲେ ତିନି ଯୁବକ।ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାରେ କରଞ୍ଜିଆ ଅଞ୍ଚଳର ତିନି ଜଣ ଯୁବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଆଜି ଚମକପୁର ନିକଟରେ ଭାରସାମ୍ୟ ହରାଇ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାରଟି ଦ୍ରୁତଗତିରେ ଗଛରେ ପିଟି ହେବା ପରେ ସମ୍ପୂର୍ଣ୍ଣ ଜଳି ଯାଇଛି। ଘଟଣା ସ୍ଥଳରେ ଠାକୁରମୁଣ୍ଡା […]

ମହୁଲଡିହା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ନଂ ୫୩ ଜାତୀୟ ରାଜପଥ ଚମକ ପୁର ଗ୍ରାମ ନିକଟରେ ପ୍ରଥମ ରଜରେ ଗଛରେ ପିଟି ହୋଇ ଜଳିଗଲା କାର,ଅଳ୍ପକେ ବର୍ତିଲେ ତିନି ଯୁବକ।ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାରେ କରଞ୍ଜିଆ ଅଞ୍ଚଳର ତିନି ଜଣ ଯୁବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଆଜି ଚମକପୁର ନିକଟରେ ଭାରସାମ୍ୟ ହରାଇ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାରଟି ଦ୍ରୁତଗତିରେ ଗଛରେ ପିଟି ହେବା ପରେ ସମ୍ପୂର୍ଣ୍ଣ ଜଳି ଯାଇଛି।

ଘଟଣା ସ୍ଥଳରେ ଠାକୁରମୁଣ୍ଡା ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଆହତ ଯୁବକମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛି ।ତେବେ ଆହତ ଯୁବକଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ବେଳେ ଅନ୍ୟ ଦୁଇ ଜଣ ସାମନ୍ୟ ଆହତ ହେଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଯୁବକମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତିନି ଯୁବକ ନ ହେଲେ ଦୁର୍ଘଟଣା ସ୍ଥଳରେ ହିଁ ଜୀବନ୍ତ ଦଗ୍ଧ ହୋଇ ଯାଇଥାନ୍ତେ ବୋଲି ଲୋକମାନେ ଆଲୋଚନା କରୁଛନ୍ତି ।

About The Author: The Sakala