ଭାରସାମ୍ୟ ହରାଇ ପୋଲରେ ଝୁଲି ରହିଛି ଆମ୍ବୁଲାନ୍ସ, ଅଟକାଇ ଦେଲା ଗଛ

ବାରିପଦା : ରୋଗୀ ଛାଡି ଫେରୁଥିଲା ଆମ୍ବୁଲାନ୍ସ, ହେଲେ ପୋଲ ଉପରୁ ୬୦ ଫୁଟ ତଳକୁ ଖସୁ ଖସୁ ଗଛରେ ବାଡେଇ ହୋଇ ଝୁଲି ରହିଛି ଆମ୍ବୁଲାନ୍ସ। କପ୍ତିପଦା ଥାନା ସୋନ ପୋଲରେ ଘଟିଛି ଏଭଳି ଘଟଣା। ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ କୁଆମରା ଅଞ୍ଚଳରୁ ରୋଗୀ ନେଇ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲା। ବିଳମ୍ବିତ ରାତି ୨ଟାରେ ବାଲେଶ୍ୱରରେ ରୋଗୀଙ୍କୁ ଛାଡି ନୀଳଗିରି – କପ୍ତିପଦା ହୋଇ ଶ୍ରୀଦାମଚନ୍ଦ୍ରପୁର ଫେରୁଥିବା […]

ବାରିପଦା : ରୋଗୀ ଛାଡି ଫେରୁଥିଲା ଆମ୍ବୁଲାନ୍ସ, ହେଲେ ପୋଲ ଉପରୁ ୬୦ ଫୁଟ ତଳକୁ ଖସୁ ଖସୁ ଗଛରେ ବାଡେଇ ହୋଇ ଝୁଲି ରହିଛି ଆମ୍ବୁଲାନ୍ସ। କପ୍ତିପଦା ଥାନା ସୋନ ପୋଲରେ ଘଟିଛି ଏଭଳି ଘଟଣା।

ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ କୁଆମରା ଅଞ୍ଚଳରୁ ରୋଗୀ ନେଇ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲା। ବିଳମ୍ବିତ ରାତି ୨ଟାରେ ବାଲେଶ୍ୱରରେ ରୋଗୀଙ୍କୁ ଛାଡି ନୀଳଗିରି – କପ୍ତିପଦା ହୋଇ ଶ୍ରୀଦାମଚନ୍ଦ୍ରପୁର ଫେରୁଥିବା ବେଳେ ଭୋର ସମୟରେ ଭାରସାମ୍ୟ ହରାଇ ସୋନ ପୋଲରୁ ତଳକୁ ଖସି ଯାଇଥିଲା ଆମ୍ବୁଲାନ୍ସ। ସୌଭାଗ୍ୟବଶତଃ ଆମ୍ବୁଲାନ୍ସଟି ପୋଲରୁ ୬୦ ଫୁଟ ତଳକୁ ଖସୁଥିବା ବେଳେ ଏକ ବଡ଼ ଗଛରେ ବାଡେଇ ହୋଇ ଅଟକିବା ସହିତ ଝୁଲି ରହିଛି ଆମ୍ବୁଲାନ୍ସ। ଯାହାକି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଆମ୍ବୁଲାନ୍ସର ୩ କର୍ମଚାରୀ। ଆମ୍ବୁଲାନ୍ସରେ ଡ୍ରାଇଭର ମଙ୍ଗଲ ଚରଣ ଟୁଡୁ, ହେଲ୍ପର ଏବଂ ଫାର୍ମାସିଷ୍ଟ ରହିଥିବା ବେଳେ କାହାରି କୌଣସି କ୍ଷତି ହୋଇନାହିଁ।

About The Author: The Sakala