ସାରସକଣା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଛକ ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ବୁଡି ତିନି ବାଳକ ମୃତ। ଶିର୍ଷା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତକ ସେହି ଗ୍ରାମର ରିତିକ ସାହୁ, ଜିତ ସାହୁ, ରିତୁ ସାହୁ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ପିଲାମାନେ ସନ୍ଧ୍ୟା ସମୟରେ ଖେଳୁ ଥିବା ସମୟରେ ଖେଳୁଥିବା ବଲଟି କେନାଲ ପାଣିରେ ପଡିଯାଇଥିଲା। ବଲ ଆଣିବାକୁ ଯାଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ସାରସକଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ୩ଜଣଙ୍କୁ ଉଦ୍ଧାର କରିଥିଲେ। ମୃତକଙ୍କ ବୟସ ୮ରୁ ୧୨ ବର୍ଷ ବୟସ ମଧ୍ୟରେ ବୋଲି ସୂଚନା ଜଣାପଡିଛି।