ପାତ୍ରପଡାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର: ସୂତା ଫ୍ୟାକ୍ଟ୍ରି ଓ କପଡା ଗୋଦାମରେ ଅଗ୍ନିକାଣ୍ଡ । ତମାଣ୍ଡୋ ଥାନା ପାତ୍ରପଡାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ତମାଣ୍ଡୋ ଓ ଜଟଣୀ ଫାୟାର ଟିମ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ସର୍ଟ ସର୍କିଟ କିମ୍ବା କୌଣସି ସିଗାରେଟ ଜାଳି ପକେଇବାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ବଡ଼ କଥା ହେଉଛି ସେଣ୍ଟ୍ରାଲ ରେଞ୍ଜ ଷ୍ଟ୍ରାଇକିଂ ଫୋର୍ସ ସାହାଯ୍ୟରେ ନିଆଁ ଲିଭାଯାଉଛି। ନିଆଁର ଭୟାବହତା ପାଇଁ ରୋବର୍ଟର ବ୍ୟବହାର କରାଯାଉଛି । ତେବେ ବର୍ତ୍ତମାନ ନିଆଁ ସମ୍ପୂର୍ଣ୍ଣ ଲିଭି ସାରିଥିବା ବେଳେ ଫ୍ୟାକ୍ଟ୍ରିରୁ ମାତ୍ରାଧିକ ଧୂଆଁ ବାହାରୁଛି । ତେଣୁ ସ୍ଥାନୀୟ ଲୋକଙ୍କୁ ଏହା ଭିତରକୁ ଯିବାକୁ ବାରଣ କରାଯାଇଛି । ୩୦ ରୁ ୩୫ ଲକ୍ଷ ଟଙ୍କାର ର' ମ୍ୟାଟେରିଆଲ ଓ ତିଆରି ଆସବାବପତ୍ର ସହ ମେସିନ ପୋଡି ଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। 

About The Author: Madhusudan Das