ବିବାହର ପ୍ରତିଶ୍ରୁତି ଦେଇ ଅଙ୍ଗନୱାଡି କର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗ: କନ୍ଧମାଳ ଫିରିଙ୍ଗିଆରୁ ଅଭିଯୁକ୍ତ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳରେ ଜଣେ କୃଷକ ସାଥୀ ଭାବରେ କାର୍ଯ୍ୟ କରନ୍ତି। ସେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ବିବାହ କରିବାକୁ ରୋକଠୋକ୍ ମନା କରିଦେବାରୁ ପୀଡ଼ିତା ନ୍ୟାୟ ଆଶାରେ ଥାନାର ଦ୍ୱାରସ୍ଥ ହୋଇଥିଲେ।

ପୀଡ଼ିତାଙ୍କ ଅଭିଯୋଗ ପରେ ଫିରିଙ୍ଗିଆ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଘଟଣାରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ କରୁଛି ଏବଂ ଆବଶ୍ୟକୀୟ ପ୍ରମାଣ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି ବୋଲି ସୂଚନା ଦିଆଯାଇଛି।

About The Author: Madhusudan Das