ପରୀକ୍ଷା ଦେବା ପାଇଁ ଆସିଥିବା ମହିଳାଙ୍କ ଶିଶୁର ଯତ୍ନ ନେଇ ମାନବିକତା ଦେଖାଇଲେ ମହିଳା କନେଷ୍ଟବଳ

ମାଲକାନଗିରି: ଆଜି ମାଲକାନଗିରିରେ କନଷ୍ଟେବଳ (ସିଭିଲ୍) ନିଯୁକ୍ତି ପରୀକ୍ଷା ପାଇଁ ହାଜର ହୋଇଥିବା ଜଣେ ପ୍ରାର୍ଥୀ ଯେତେବେଳେ ପରୀକ୍ଷାରେ ଦେଉଥିଲେ। ସେହି ସମୟରେ ସେଠାରେ ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ ଥିବା ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ ତାଙ୍କ ଶିଶୁ ଶିଶୁର ଯତ୍ନ ନେଇ ମାନବିକତାର ପରିଚୟ ଦେଇଥିଲେ। ତେବେ ପରୀକ୍ଷାର୍ଥୀ ଜଣଙ୍କ ନିଜ ଛୋଟ ଶିଶୁକୁ ନେଇ ତାଙ୍କ ପକ୍ଷରେ ପରୀକ୍ଷା ଦେବା କଷ୍ଟକର ହୋଇପଡିଥିବା ବେଳେ କନେଷ୍ଟବଳ ଜଣଙ୍କ ଏହା ଦେଖି ତାଙ୍କ କୁନି […]

ମାଲକାନଗିରି: ଆଜି ମାଲକାନଗିରିରେ କନଷ୍ଟେବଳ (ସିଭିଲ୍) ନିଯୁକ୍ତି ପରୀକ୍ଷା ପାଇଁ ହାଜର ହୋଇଥିବା ଜଣେ ପ୍ରାର୍ଥୀ ଯେତେବେଳେ ପରୀକ୍ଷାରେ ଦେଉଥିଲେ। ସେହି ସମୟରେ ସେଠାରେ ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ ଥିବା ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ ତାଙ୍କ ଶିଶୁ ଶିଶୁର ଯତ୍ନ ନେଇ ମାନବିକତାର ପରିଚୟ ଦେଇଥିଲେ। ତେବେ ପରୀକ୍ଷାର୍ଥୀ ଜଣଙ୍କ ନିଜ ଛୋଟ ଶିଶୁକୁ ନେଇ ତାଙ୍କ ପକ୍ଷରେ ପରୀକ୍ଷା ଦେବା କଷ୍ଟକର ହୋଇପଡିଥିବା ବେଳେ କନେଷ୍ଟବଳ ଜଣଙ୍କ ଏହା ଦେଖି ତାଙ୍କ କୁନି ଶିଶୁକୁ କୋଳେଇ ନେଇଥିଲେ । ଦୀର୍ଘ ସମୟ ଧରି ପରୀକ୍ଷା ଚାଲିଥିବା ବେଳେ ବାହାରେ ଉପସ୍ଥିତ ରହି ବାସନ୍ତୀ ଛୁଆଟିର ଯତ୍ନ ନେଇ ମାନବିକତାର ପରିଚିୟ ଦେଇଥିଲେ । ତେବେ ତାଙ୍କର ଏଭଳି କାର୍ଯ୍ଯକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ମାଲକାନଗିରି ଏସପି ନିତେସ ୱାଧୱାନି ମଧ୍ୟ ଟ୍ବିଟ କରି ବାସନ୍ତୀଙ୍କୁ ପ୍ରଶଂସା କରିଛନ୍ତି।

About The Author: The Sakala