ରେଢାଖୋଲ: ଶୁଆର ଜୀବନ ନେଇ ରିଲ୍ସ କରିବା ମହଙ୍ଗା ପଡିଲା । ଏହା ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଜାମୁଝୁରୀ ଗାଁର ୩ ଜଣ ଯୁବକ ଏକ ଶୁଆର ଜୀବନ ନେଇ ରିଲ୍ସ କରିଥିଲେ ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ ଡିଏଫଓ ।
ଖବର ଅନୁଯାୟୀ, ଗତ ୨୧ ତାରିଖରେ ରିଲ୍ସ କରି ଇନଷ୍ଟାଗ୍ରାମରେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ରେଢାଖୋଲ ବନ ବିଭାଗ ଓ ଆଠମଲ୍ଲିକ ବନ ବିଭାଗର ମିଳିତ ସହଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇଛି। ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଏକ ପୋଖରୀ ନିକଟରେ ମୁଗ ଚାଷ କରିଥିଲେ ଚାଷୀ । ଶୁଆ ମାନେ ମୁଗ ଖାଉଥିବା ନେଇ ଚାଷୀ ଶୁଆ ମାନଙ୍କୁ ଭୟଭୀତ କରିବାକୁ ବାଟୁଳିରେ କିଛି ଶୁଆଙ୍କୁ ମାରିଥିବା ଜଣାପଡିଛି । ଚାଷ ଜମିକୁ ଯାଇ ୩ ଅଟକ ଯୁବକ ଶୁଆକୁ ମାରି ଖୁଣ୍ଟରେ ଝୁଲେଇ ରିଲ୍ସ କରିଥିଲେ । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ୱାଲ୍ଡଲାଇଫ ଆକ୍ଟ ର ଧାରା -୯ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।