୩୫୮ ଏଲୋପାଥିକ୍ ଡାକ୍ତର, ୧୧୬ ହୋମିଓପାଥିକ ମେଡିକାଲ ଅଫିସର ଓ ୧୬ ହୋମିଓପାଥିକ୍ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟବାସୀ କିପରି ଉନ୍ନତ ଚିକିତ୍ସା ସୁବିଧା ପାଇବେ ତାହା ରାଜ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା ରହିଆସିଛି। ରାଜ୍ୟର ଗରିବ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ପ୍ରଦାନ କରି ସରକାରୀ ଓ ଘରୋଇ ଡ଼ାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରୁ ଆହୁରି ସୁଦୃଢ କରିବାରେ ଲାଗିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନା ଗୁଡିକର ଭିତ୍ତିଭୂମି ବିକାଶ ସହ […]

ଭୁବନେଶ୍ବର : ରାଜ୍ୟବାସୀ କିପରି ଉନ୍ନତ ଚିକିତ୍ସା ସୁବିଧା ପାଇବେ ତାହା ରାଜ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା ରହିଆସିଛି। ରାଜ୍ୟର ଗରିବ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ପ୍ରଦାନ କରି ସରକାରୀ ଓ ଘରୋଇ ଡ଼ାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରୁ ଆହୁରି ସୁଦୃଢ କରିବାରେ ଲାଗିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନା ଗୁଡିକର ଭିତ୍ତିଭୂମି ବିକାଶ ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର।

ଏହି କ୍ରମରେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ପାଇଁ ପୁଣିଏକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରେ ରାଜ୍ୟରେ ୩୫୮ ଜଣ ଏଲୋପାଥିକ ଡାକ୍ତର, ୧୧୬ ଜଣ ହୋମିଓପାଥିକ୍ ମେଡିକାଲ ଅଫିସର ସମେତ ୩୬ ଜଣ ହୋମିଓପାଥିକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନବନିଯୁକ୍ତ ଡାକ୍ତର, ମେଡିକାଲ ଅଧିକାରୀ ଓ ଅଧ୍ୟାପକମାନେ କାମ କରିବେ। ଏନେଇ ଲୋକସେବା ଭବନରେ ଆୟୋଜିତ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ସ୍ବ୍ୟାସ୍ଥ୍ୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ମେଡିକାଲ ଅଫିସର ଓ ଅଧ୍ୟାପକମାନଙ୍କୁ ନୂତନ ନିଯୁକ୍ତି ପତ୍ର ବାଣ୍ଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ବୃତ୍ତିକୁ ସୁସ୍ଥ ଓଡିଶା-ସୁଖୀ ଓଡିଶା ପାଇଁ ଏକ ମିଶନ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏତେ ସଂଖ୍ୟକ ମେଡିକାଲ ଅଫିସର ନିଯୁକ୍ତି ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ ଏବଂ ପ୍ରଭାବଶାଳୀ କରିବାରେ ନିଶ୍ଚିନ୍ତ ସହାୟକ ହେବ । ଏହା ସରକାରୀ ମେଡିକାଲ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ନିଶ୍ଚିନ୍ତ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ।

ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ଯେ, ବିଗତ ୩ ବର୍ଷ ମଧ୍ୟରେ ରାଜ୍ୟର ସ୍ବାସ୍ଥ୍ୟ ବଜେଟକୁ ୩ ଗୁଣ ବଢ଼ାଇ ଦିଆଯାଇଛି। ସ୍ବାସ୍ଥ୍ୟଭିତ୍ତିର ବିକାଶ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ନବନିଯୁକ୍ତ ଡାକ୍ତର, ମେଡିକାଲ ଅଧିକାରୀ ଓ ଅଧ୍ୟାପକଙ୍କୁ ପରାମର୍ଶ ଦେଇ କହିଛନ୍ତି, ଆପଣମାନେ ‘ସୁସ୍ଥ ଓଡ଼ିଶା – ସୁଖୀ ଓଡ଼ିଶା’ ଦିଗରେ କାମ କରନ୍ତୁ। ସାଢ଼େ ୪ କୋଟି ଲୋକଙ୍କୁ ଆମର ଉତ୍ତମ ସ୍ବାସ୍ଥ୍ୟ ଦେବା ଲକ୍ଷ୍ୟ। ଆଶା କରୁଛି ଯେ, ମେଡିକାଲ ଅଧିକାରୀଙ୍କ ନିଯୁକ୍ତି ସ୍ବାସ୍ଥ୍ୟଭିତ୍ତିକୁ ସୁଦୃଢ଼ କରିବ। ଏହା ଦ୍ବାରା ସରକାରୀ ଡାକ୍ତରଖାନାକୁ ଆସୁଥିବା ଲୋକଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସେବା ଉପରେ ସନ୍ତୁଷ୍ଟି ମିଳିପାରିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

About The Author: The Sakala