ବଙ୍ଗୋପସାଗରରେ ଲଘୁଚାପ : କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା, ୩ ଦିନ ଯାଏଁ ବର୍ଷିବ

ଭୁବନେଶ୍ବର : ବଙ୍ଗୋପସାଗରର ଉତ୍ତରପୂର୍ବ ଏବଂ ତତସଲଗ୍ନ ପୂର୍ବ କେନ୍ଦ୍ରାଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଶନିବାର ଓଡ଼ଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହୋଇ ଉତ୍ତର ଓଡ଼ିଶାର ଉତ୍ତର ପଶ୍ଚିମ ଏବଂ ପଶ୍ଚିବଙ୍ଗ ଉପକୂଳ ଆଡକୁ ମୁହାଁଇବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। #ପାଣିପାଗସୂଚନା: ସକ୍ରିୟ #ଲଘୁଚାପ ଏବଂ ଭାରି #ବର୍ଷା ଚେତାବନୀ #Weather […]

ଭୁବନେଶ୍ବର : ବଙ୍ଗୋପସାଗରର ଉତ୍ତରପୂର୍ବ ଏବଂ ତତସଲଗ୍ନ ପୂର୍ବ କେନ୍ଦ୍ରାଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଶନିବାର ଓଡ଼ଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହୋଇ ଉତ୍ତର ଓଡ଼ିଶାର ଉତ୍ତର ପଶ୍ଚିମ ଏବଂ ପଶ୍ଚିବଙ୍ଗ ଉପକୂଳ ଆଡକୁ ମୁହାଁଇବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।


ତେବେ ଲଘୁଚାପର ପ୍ରଭାବରେ ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ। କାଲିଠୁ ୩ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ରାଜ୍ୟରେ ବହୁ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ଥିବା ବେଳେ ଶନିବାର ଠାରୁ ରାଜ୍ୟରେ ପାଗ ବଦଳି ମେଘୁଆ ପାଗ ସହ ବର୍ଷାର ବିସ୍ତୃତି ବଢ଼ିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ଶନିବାର ସାଢେ ୮ଟା ସୁଦ୍ଧା ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘଡଘଡି, ବିଜୁଳି ବର୍ଷା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।


ଆସନ୍ତା ୩ ଦିନ ମଧ୍ୟରେ ବର୍ଷାର ପରିମାଣ ବଢିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତାକାଲି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରାୟ ୭ରୁ ୨୦ ସେମି ବର୍ଷା ହେବାର ଅନୁମାନ କରାଯାଉଛି ।


ଅନ୍ୟପଟେ ସମ୍ଭାବ୍ୟ ବର୍ଷା ସ୍ଥିତିକୁ ଦେଖି ଅକ୍ଟୋବର ୧ରୁ ୨ ତାରିଖ ସକାଳ ଯାଏଁ ରାଜ୍ୟର ୧୦ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡ଼ିକ ହେଉଛି, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, କେଉଁଝର ଏବଂ ମୟୂରଭଞ୍ଜ। ତେବେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପାଣିପାଗ ବଦଳି ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେପଟେ ସେପ୍ଟେମ୍ବରରେ ଭଲ ବର୍ଷିବା ସତ୍ତ୍ୱେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି। ୩ଟି ଜିଲ୍ଲା ସହ ସାରା ରାଜ୍ୟରେ ୩% ନିଅଣ୍ଟିଆ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ଜୁନ୍‌ ୧ରୁ ସେପ୍ଟେମ୍ବର ୨୯ ମଧ୍ୟରେ ୧୧୪୪.୩ ମିମି ବର୍ଷା ହେବା କଥା  କିନ୍ତୁ ଏହି ସମୟ ମଧ୍ୟରେ ୧୧୦୫.୪ ମିମି ବର୍ଷା ହୋଇଛି, ଯାହା ୩% ନିଅଣ୍ଟିଆ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ରାଜ୍ୟର ୩ଟି ଜିଲ୍ଲା ନବରଙ୍ଗପୁର, ପୁରୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। କେବଳ ୨ଟି ଜିଲ୍ଲା ଝାରସୁଗୁଡ଼ା ଏବଂ ବୌଦ୍ଧରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ବାକି ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

About The Author: The Sakala