ଭୁବନେଶ୍ୱର: ନେପାଳର ଭୋଟେକୋଶୀ ନଦୀରେ ଘଟିଥିବା ଭୟାବହ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଘଟଣା ଏଥିରେ ଅନେକ ଲୋକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦୁର୍ଘଟଣାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଖବର ଜାଣି ମୁଁ ଗଭୀର ଭାବେ ମର୍ମାହତ ବୋଲି ନବୀନ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ଏହାସହ ନିଜର ପ୍ରିୟଜନଙ୍କୁ ହରାଇଥିବା ସମସ୍ତ ପରିବାର ପ୍ରତି ନବୀନ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁଃଖଦ ଘଟଣା ପରେ ଅନେକ ଭାରତୀୟଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଜାଣି ନବୀନ ଗଭୀର ଭାବେ ଚିନ୍ତା ପ୍ରକଟ କରିବା ସହ ନିଖୋଜ କିମ୍ୱା ଯେଉଁମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ, ସେମାନଙ୍କର ଶୀଘ୍ର ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି। ନିଖୋଜ ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନବୀନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ଏହି ଦୁଃଖ ସହିବା ପାଇଁ ପ୍ରଭୁ ଅପାର ଶକ୍ତି ପ୍ରଦାନ କରନ୍ତୁ ବୋଲି ନବୀନ କହିଛନ୍ତିି।