ଯୁକ୍ତ ଦୁଇ ଫର୍ମ ପୂରଣ ଲାଗି ଛାତ୍ରଛାତ୍ରୀଙ୍କୁ ଶେଷ ସୁଯୋଗ

ଭୁବନେଶ୍ୱର: ଗୁରୁବାର +୨ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଥିବାବେଳେ ଫର୍ମ ପୂରଣ ଅବଧିକୁ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପୁଣି ବୃଦ୍ଧି କରିଛି। ଚଳିତ ଥର ଛାତ୍ରଛାତ୍ରୀଙ୍କୁ ଶେଷ ସୁଯୋଗ ଦିଆଯାଇଥିବାବେଳେ ଛାତ୍ରଛାତ୍ରୀ ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରି ପାରିବେ। ଛାତ୍ରଛାତ୍ରୀ ମାର୍ଚ୍ଚ ୨୮ ଓ ୨୯ ତାରିଖ ମଧ୍ୟରେ ଫର୍ମ ପୂରଣ କରିବାକୁ ଥିବାବେଳେ ୨୮ରୁ ୩୦ ତାରିଖ ମଧ୍ୟରେ ଫି’ ଦାଖଲ କରିବାକୁ ହେବ। ତେବେ ମାର୍ଚ୍ଚ […]

ଭୁବନେଶ୍ୱର: ଗୁରୁବାର +୨ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଥିବାବେଳେ ଫର୍ମ ପୂରଣ ଅବଧିକୁ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପୁଣି ବୃଦ୍ଧି କରିଛି। ଚଳିତ ଥର ଛାତ୍ରଛାତ୍ରୀଙ୍କୁ ଶେଷ ସୁଯୋଗ ଦିଆଯାଇଥିବାବେଳେ ଛାତ୍ରଛାତ୍ରୀ ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରି ପାରିବେ। ଛାତ୍ରଛାତ୍ରୀ ମାର୍ଚ୍ଚ ୨୮ ଓ ୨୯ ତାରିଖ ମଧ୍ୟରେ ଫର୍ମ ପୂରଣ କରିବାକୁ ଥିବାବେଳେ ୨୮ରୁ ୩୦ ତାରିଖ ମଧ୍ୟରେ ଫି’ ଦାଖଲ କରିବାକୁ ହେବ। ତେବେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସେମାନଙ୍କ ଫର୍ମ ପରିଷଦର ମୁଖ୍ୟାଳୟରେ ଦାଖଲ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦର୍ଶାଇଛି। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ବର୍ଗର ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ଫର୍ମ ପୂରଣ କରି ପାରିବେ। ସୂଚନା ଥାଉକି ବିଗତ ବର୍ଷ ପ୍ରାୟ ୩ ଲକ୍ଷ ୪୬ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ଏବର୍ଷ ପାଖାପାଖି ୨୬ ହଜାର କମ୍‍ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି।

About The Author: The Sakala