ପଟ୍ଟାଙ୍ଗି ପୁଲିଶଙ୍କ ଦ୍ବାରା ଏକ ଆଈଚର୍ ଗାଡିରୁ ୭ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ଗାଡ଼ି ଛାଡି ଚାଳକ ଫେରାର

କୋରାପୁଟ: କୋରାପୁଟ ଜିଲ୍ଲା ଓଡିଶା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗି ପୁଲିଶ ଦ୍ବାରା ଏକ ଆଈଚର୍ ଗାଡିରୁ ୭ଲକ୍ଷ୍ୟ ମୂଲ୍ୟର ୧୭୬କେଜି ୮୦୦ ଗ୍ରାମର ଗଞ୍ଜେଇ ଜବତ। ଏକ ବିଶେଷ ସୂତ୍ରରୁ ପୋଲିସ ସୂଚନା ପାଇ ପଟ୍ଟାଙ୍ଗି ସଦର ମହକୁମା ନିକଟରେ ରହିଥିବା ଭଗବାନ ଢାବା ନିକଟରେ ପୋଲିସ ନକାବନ୍ଦି କରି ଗାଡ଼ି ଯାଞ୍ଚ ପ୍ରାରମ୍ଭ କରିଥିଲା। ଏକ ଆଈଚର୍ ଗାଡିଟି ସେମିଳିଗୁଡ଼ା ଦିଗଦେଇ ଆସିଥିଲା। ପୁଲିଶ ଯାଞ୍ଚ କରୁଥିବା ଦେଖି ଗାଡ଼ିଟିକୁ କିଛି ଦୂରରେ ରଖି ଚାଳକ […]

କୋରାପୁଟ: କୋରାପୁଟ ଜିଲ୍ଲା ଓଡିଶା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗି ପୁଲିଶ ଦ୍ବାରା ଏକ ଆଈଚର୍ ଗାଡିରୁ ୭ଲକ୍ଷ୍ୟ ମୂଲ୍ୟର ୧୭୬କେଜି ୮୦୦ ଗ୍ରାମର ଗଞ୍ଜେଇ ଜବତ। ଏକ ବିଶେଷ ସୂତ୍ରରୁ ପୋଲିସ ସୂଚନା ପାଇ ପଟ୍ଟାଙ୍ଗି ସଦର ମହକୁମା ନିକଟରେ ରହିଥିବା ଭଗବାନ ଢାବା ନିକଟରେ ପୋଲିସ ନକାବନ୍ଦି କରି ଗାଡ଼ି ଯାଞ୍ଚ ପ୍ରାରମ୍ଭ କରିଥିଲା। ଏକ ଆଈଚର୍ ଗାଡିଟି ସେମିଳିଗୁଡ଼ା ଦିଗଦେଇ ଆସିଥିଲା। ପୁଲିଶ ଯାଞ୍ଚ କରୁଥିବା ଦେଖି ଗାଡ଼ିଟିକୁ କିଛି ଦୂରରେ ରଖି ଚାଳକ ଜଣକ ନିକଟ ଜଙ୍ଗଲକୁ ଦଉଡ଼ି ପଳେଇଥିଲା। ପୁଲିଶ ଗାଡ଼ି ନିକଟରେ ପହଞ୍ଚି ଯାଞ୍ଚ କରିବାରୁ ଏକ ୭ ଗୋଟି ଜରି ବ୍ୟାଗରୁ ଗଞ୍ଜେଇ ବାହାରିଥିଲା। ଗଞ୍ଜେଇ ଚାଲାଣ ହେଉଥିବା ୬ ଚକିଆ ଆଇଚର ଟିକୁ ପୋଲିସ ଜବତ କରିବା ସହ ସେଥିରୁ ୧୭୬ କେଜି ୮୦୦ ଗ୍ରାମର ଗଞ୍ଜେଇକୁ କୋଟ ଚାଲାଣ କରିଥିବା ନେଇ ପଟ୍ଟାଙ୍ଗି ଥାନା ଅଧିକାରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି।

About The Author: The Sakala