୧୦ ବର୍ଷର ଶିଶୁକୁ ହତ୍ୟା; ବଡ଼ ଭାଇକୁ ତୀର ମାଡ଼

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ଥୁଆମୂଳ ଭଟାଗୁଡ଼ା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଗ୍ରାମର ଘାସିରାମ ମାଝୀଙ୍କ ୧୦ବର୍ଷର ପୁଅ ଅନୀଲକୁ ସେହି ଗ୍ରାମର ଜୟସିଂ ଜାନୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ଘାସିରାମଙ୍କ ବଡ଼ପୁଅ ଦେବାନନ୍ଦକୁ ମଧ୍ୟ ଧନୁତୀରରେ ଆକ୍ରମଣ ହୋଇଛି। ପରେ ଗ୍ରାମର ବୃଦ୍ଧ […]

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ଥୁଆମୂଳ ଭଟାଗୁଡ଼ା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଗ୍ରାମର ଘାସିରାମ ମାଝୀଙ୍କ ୧୦ବର୍ଷର ପୁଅ ଅନୀଲକୁ ସେହି ଗ୍ରାମର ଜୟସିଂ ଜାନୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ଘାସିରାମଙ୍କ ବଡ଼ପୁଅ ଦେବାନନ୍ଦକୁ ମଧ୍ୟ ଧନୁତୀରରେ ଆକ୍ରମଣ ହୋଇଛି। ପରେ ଗ୍ରାମର ବୃଦ୍ଧ ତାମା ଜାନୀକୁ ମଧ୍ୟ ଆକ୍ରମଣ କରିଥିବା ଯୋଗୁଁ ସେ ଆହତ ହୋଇଛନ୍ତି। ଥାନା ଅଧିକାରୀ ଗୋବିନ୍ଦ ମାଝୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି।

About The Author: The Sakala