ରେଳସୁରକ୍ଷା ବାହିନୀର ଅପରେସନ ‘ନନ୍‌ହେ ଫରିସ୍ତେ’, ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଟ୍ରେନରୁ ନବଜାତକ ଶିଶୁ ପୁତ୍ର ଉଦ୍ଧାର

ଜଟଣୀ : ଛୁଆ ଟିଏ ପାଇବାକୁ କିଏ କେତେ ଦିଅଁ ଦେବତା ପୂଜା କରୁଛି ତ ଅନ୍ୟ କିଏ ମାନସିକ ବ୍ରତ କରୁଛି । ହେଲେ ଏମିତି କିଛି ମାନବ ଜାତିର ଅମାନବିକ ମା ଅଛନ୍ତି ଯିଏ କି ଜନ୍ମ ଦେଇ ଟ୍ରେନରେ ଫିଙ୍ଗି ଦେଇ ଚାଲି ଯାଇଛି। ତାହା ମାତ୍ର ୨୪ ଘଣ୍ଟାର ଶିଶୁ ପୁତ୍ରକୁ ଟ୍ରେନରେ ଫୋପାଡ଼ି ଦେଇ ମା ଓ ମମତା ମଧ୍ୟରେ ଏପରି ଘଟଣାକୁ ଚର୍ଚ୍ଚାର ପରିସରକୁ ଆଣିଛି। ଘଟଣା ଦେଖିବାକୁ […]

ଜଟଣୀ : ଛୁଆ ଟିଏ ପାଇବାକୁ କିଏ କେତେ ଦିଅଁ ଦେବତା ପୂଜା କରୁଛି ତ ଅନ୍ୟ କିଏ ମାନସିକ ବ୍ରତ କରୁଛି । ହେଲେ ଏମିତି କିଛି ମାନବ ଜାତିର ଅମାନବିକ ମା ଅଛନ୍ତି ଯିଏ କି ଜନ୍ମ ଦେଇ ଟ୍ରେନରେ ଫିଙ୍ଗି ଦେଇ ଚାଲି ଯାଇଛି। ତାହା ମାତ୍ର ୨୪ ଘଣ୍ଟାର ଶିଶୁ ପୁତ୍ରକୁ ଟ୍ରେନରେ ଫୋପାଡ଼ି ଦେଇ ମା ଓ ମମତା ମଧ୍ୟରେ ଏପରି ଘଟଣାକୁ ଚର୍ଚ୍ଚାର ପରିସରକୁ ଆଣିଛି।

ଘଟଣା ଦେଖିବାକୁ ମିଳିଛି ଜଟଣୀ ସ୍ଥିତ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ । ଶନିବାର ସକାଳୁ ସକାଳୁ ଖୋର୍ଦ୍ଧାରୋଡ଼ ଆରପିଏଫ କୁ ସୂଚନା ମିଳିଥିଲା ଯେ,ଶିରିଡି ସାଇ ରୁ ହାୱଡା ଯାଉଥିବା ଏକ୍ସପ୍ରେସ ଟ୍ରେନ ନମ୍ବର ୨୨୮୩୨ ସାଇ ପି ନିଲୟମ ଏକ୍ସପ୍ରେସ ଟ୍ରେନର ଜେନେରାଲ ବଗିର ଶୌଚାଳୟ ନିକଟରେ ଥିବା ବେସିନ ତଳେ ଏକ ନବଜାତ ଶିଶୁ ପୁତ୍ର ପଡି ରହିଥିବା ରେଳପଥ ପୁଲିସକୁ ସୂଚନା ମିଳିଥିଲା । ତେବେ ଏନେଇ ଖୋର୍ଦ୍ଧାରୋଡ଼ ରେଳ ସୁରକ୍ଷାବଳ ଟିମ ସକାଳ ୫:୫୦ ମିନିଟ ସମୟରେ ରେଳ ସୁରକ୍ଷାବଳର ନନହେ ଫରିସ୍ତେ ଟିମ ୬:୪୦ ମିନିଟରେ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଗାଡି ପହଞ୍ଚିବା ପୂର୍ବରୁ ଘଟଣା ସ୍ଥଳରେ ପହଞ୍ଚିଥିଲା

ଆରପିଏଫ ଟିମ ସମ୍ପୃକ୍ତ ନବଜାତକ ଶିଶୁ କୁ ଟ୍ରେନ ରୁ ଉଦ୍ଧାର କରି ସ୍ଥାନୀୟ ରେଲୱେ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଶିଶୁ ପୁତ୍ରଟି ସମ୍ପୂର୍ଣ ସୁସ୍ଥ ଥିବା ଜଣାପଡିବା ପରେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଶିଶୁ ଟି ଜନ୍ମ ହେବାର ମାତ୍ର ୨୪ ଘଣ୍ଟା ହୋଇଥିବା ଡାକ୍ତର ମାନେ କହିଛନ୍ତି । ପରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ଖବର ଦିଆଯାଇଥିଲା ଏବଂ ଶିଶୁ ଟିକୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଟୀକା ଦିଆଯାଇଥିଲା । କମିଟି ସଦସ୍ୟ ପହଞ୍ଚି ଶିଶୁଟିକୁ ସ୍ବେଛାସେବୀ ଅନୁଷ୍ଠାନ “ସୋଚ” କୁ ଏବଂ ତା ପରେ “ଆମଘର” ଚାଇଲଡ କେୟାର ହୋମ କୁ ହସ୍ତାନ୍ତର କରାଯାଇଛି । ତେବେ ଖୋର୍ଦ୍ଧା ରୋଡ଼ ଆରପିଏଫ ଅଧିକାରୀ ମନୁ କୁମାର ଶର୍ମାଙ୍କ କହିବା ଅନୁସାରେ ଶିଶୁଟି ପଲାସା ଠାରୁ ବ୍ରହ୍ମପୁର ମଧ୍ୟରେ କେହି ଜନ୍ମ କଲା ପରେ ସେଠାରେ ରଖି ଦେଇଛି ବୋଲି ଅନୁମାନ କରାଯାଉଛି । ଶିଶୁ ଟିକୁ କିଏ ଟ୍ରେନ ଭିତରେ ଛାଡି ଦେଇଛି ତାର ତଦନ୍ତ ଚାଲିଛି।

About The Author: The Sakala