ବାଲୁଗାଁ: ମାଛଧରାକୁ କେନ୍ଦ୍ର କରି ବୁଧବାର ବିଳମ୍ବିତ ରାତିରେ ଚିଲିକାରେ ଆଖିବୁଜା ଗୁଳିମାଡ଼ ହୋଇଛି। ପୁରୀ ଜିଲ୍ଲା ସିପିଆ ନିକଟବର୍ତ୍ତୀ ଅଞ୍ଚଳରେ କିଛି ଦୁର୍ବୃତ୍ତ ମତ୍ସ୍ୟଜୀବୀଙ୍କ ଉପରକୁ ଦେଶୀ ବନ୍ଧୁକରୁ ପ୍ରାୟ ୪୦ରୁ ୫୦ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଦୁଇଜଣ ମତ୍ସ୍ୟଜୀବୀ ପାଣିକୁ ଡେଇଁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଅନ୍ୟଜଣଙ୍କ ଦେହରେ ଗୁଳି ବାଜିଛି। ସେ ହେଲେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚନ୍ଦ୍ରାପୁଟ ଗ୍ରାମର ବୀର ଜାଲି (୫୫)। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣାକୁ ନେଇ ମତ୍ସଜୀବୀମାନେ ଭୟଭୀତ ହୋଇ ପଡ଼ିଛନ୍ତି।
ସୂଚନା ମୁତାବକ, ସବୁଦିନ ପରି ବୁଧବାର ବାଲୁଗାଁ ଥାନା ନିକଟସ୍ଥ ଚନ୍ଦ୍ରାପୁଟ ଗ୍ରାମର ବୀରଙ୍କ ସହ ତୋଫାନ ବେହେରା ଓ କାହ୍ନା ବେହେରା ଗୋଟିଏ ଡଙ୍ଗାରେ ଚିଲିକାକୁ ମାଛ ମାରିବାକୁ ଯାଇଥିଲେ। ରାତ୍ରଭୋଜନ ସାରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ସିପିଆ ଗ୍ରାମ ନିକଟ ଚିଲିକାରେ ମାଛ ମାରୁଥିବା ବେଳେ ରାତି ପ୍ରାୟ ୧୨ଟାରେ ହଠାତ୍ ୩ଟି ଡଙ୍ଗାରେ ୨୦ରୁ ୩୦ଜଣ ଦୁର୍ବୃତ୍ତ ଆସି ମତ୍ସ୍ୟଜୀବୀଙ୍କ ଡଙ୍ଗାକୁ ଘେରି ଦେଶୀ ଛେରା ବନ୍ଧୁକରେ ଆଖିବୁଜା ଗୁଳିମାଡ଼ କରିଥିଲେ। ପ୍ରାଣ ବିକଳରେ ୨ଜଣ ମତ୍ସ୍ୟଜୀବୀ ପାଣି ଭିତରକୁ ଡେଇଁ ପଡ଼ିଥିଲେ। କିନ୍ତୁ ବୀର ଏଥିରୁ ବର୍ତ୍ତିପାରିନଥିଲେ। ତାଙ୍କ ଜଙ୍ଘରେ ଗୋଟିଏ ଗୁଳି ବାଜିଥିଲା। ତେବେ କୌଣସିମତେ ବୀର ଚନ୍ଦ୍ରାପୁଟ ଗ୍ରାମରେ ପହଞ୍ଚିଯିବାରୁ ଗ୍ରାମବାସୀ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାଟି କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଥିବା ବେଳେ ଏଯାବତ୍ ଉକ୍ତ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ। ପ୍ରାଥମିକ ଚିକିତ୍ସା ପରେ ଅଭିଯୋଗ କରାଯିବ ବୋଲି ଆହତ ମତ୍ସ୍ୟଜୀବୀଙ୍କ ପରିବାରଲୋକେ କହିଛନ୍ତି।
ଅଶାନ୍ତ ଚିଲିକା, ଦେଶୀ ବନ୍ଧୁକରୁ ୫୦ ରାଉଣ୍ଡ ଗୁଳିମାଡ଼
ବାଲୁଗାଁ: ମାଛଧରାକୁ କେନ୍ଦ୍ର କରି ବୁଧବାର ବିଳମ୍ବିତ ରାତିରେ ଚିଲିକାରେ ଆଖିବୁଜା ଗୁଳିମାଡ଼ ହୋଇଛି। ପୁରୀ ଜିଲ୍ଲା ସିପିଆ ନିକଟବର୍ତ୍ତୀ ଅଞ୍ଚଳରେ କିଛି ଦୁର୍ବୃତ୍ତ ମତ୍ସ୍ୟଜୀବୀଙ୍କ ଉପରକୁ ଦେଶୀ ବନ୍ଧୁକରୁ ପ୍ରାୟ ୪୦ରୁ ୫୦ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଦୁଇଜଣ ମତ୍ସ୍ୟଜୀବୀ ପାଣିକୁ ଡେଇଁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଅନ୍ୟଜଣଙ୍କ ଦେହରେ ଗୁଳି ବାଜିଛି। ସେ ହେଲେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚନ୍ଦ୍ରାପୁଟ ଗ୍ରାମର ବୀର ଜାଲି (୫୫)। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ […]