ଟାଙ୍ଗୀ/ଭୂଷଣ୍ଡପୁର:
ସୂଚନାଯୋଗ୍ୟ ଗତ ୧୫ ତାରିଖ ସଂନ୍ଧ୍ୟାରେ ଟାଙ୍ଗୀ ଥାନା ଅଧିନସ୍ଥ ବାଲିପାଟପୁରର କେଶବ ବେହେରାଙ୍କ ସାତ ବର୍ଷର ନାବାଳକ ପୁଅ ଚନ୍ଦନ ଗାଁ ଦାଣ୍ଡରେ ବୁଲୁଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଘର ଲୋକେ ବହୁ ଖୋଜାଖୋଜି ପରେ ନିରାଶ ହୋଇ ଟାଙ୍ଗୀ ଥାନା ଅଧିନସ୍ଥ ଭୂଷଣ୍ଡପୁର ଫାଣ୍ଡିରେ ୧୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ତେବେ ବଡମ୍ବା ଥାନା ଅଧିନସ୍ଥ ଗୋପିନାଥପୁର ଅଞ୍ଚଳରେ ଉଦ୍ଧାର କରାଯାଇଥିବା ଜଣାପଡିଛି। ଖୋର୍ଦ୍ଧା ଶିଶୁ ସୁରକ୍ଷା ସଂସ୍ଥା ଟାଙ୍ଗୀ ଥାନାକୁ ଅବଗତ କରିବା ପରେ ଟାଙ୍ଗୀ ଥାନା ଆଇଆଇସି ଶ୍ରୀ ବେହେରା ବଡମ୍ବା ଥାନାକୁ ଅବଗତ କରିଥିଲେ। ଚନ୍ଦନର ପରିବାର ଲୋକେ ଟାଙ୍ଗୀ ପୁଲିସ ସହାୟତାରେ ବଡମ୍ବା ଥାନାରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ତେବେ ଅପହରଣ କରିଥିବା କାହାରିକୁ ପୁଲିସ ଠାବ କରିପାରିନଥିବା ଜଣାପଡିଛି। ଚକୋଲେଟ ଦେବି କହି କେହି ଚନ୍ଦନକୁ ଉଠାଇ ନେଇଥିବା ଜଣାପଡିଛି।