ରାଜଧାନୀ ଡବଲ ମର୍ଡର ଘଟଣା: ହୋଲି ଖେଳକୁ ନେଇ ବଚସାରୁ ହତ୍ୟାକାଣ୍ଡ, ୬ ଗିରଫ

ଭୁବନେଶ୍ୱର: ରାଜଧାନୀରେ ହୋଲିରେ ୨ଟି ହତ୍ୟା ମାମଲାରେ ୬ଜଣ ଗିରଫ ହୋଇଛନ୍ତି। ରାଜଧାନୀରେ ହୋଲି ଖେଳକୁ ନେଇ ବଚସାରୁ ହତ୍ୟାକାଣ୍ଡ ଘଟିଥିବାବେଳେ ପୂର୍ବ ଶତ୍ରୁତା ନ ଥିଲା। ଭୁବନେଶ୍ୱର ଡବଲ ମର୍ଡର ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ସେହିପରି ଶହୀଦନଗର ଥାନା ଅଞ୍ଚଳ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ବାନା ଗୁନି ଗିରଫ ହୋଇଥିବାବେଳେ ଜଣେ ନାବାଳକ ଅଟକ ରହିଛନ୍ତି। ତେବେ ଏହି […]

ଭୁବନେଶ୍ୱର: ରାଜଧାନୀରେ ହୋଲିରେ ୨ଟି ହତ୍ୟା ମାମଲାରେ ୬ଜଣ ଗିରଫ ହୋଇଛନ୍ତି। ରାଜଧାନୀରେ ହୋଲି ଖେଳକୁ ନେଇ ବଚସାରୁ ହତ୍ୟାକାଣ୍ଡ ଘଟିଥିବାବେଳେ ପୂର୍ବ ଶତ୍ରୁତା ନ ଥିଲା। ଭୁବନେଶ୍ୱର ଡବଲ ମର୍ଡର ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

ସେହିପରି ଶହୀଦନଗର ଥାନା ଅଞ୍ଚଳ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ବାନା ଗୁନି ଗିରଫ ହୋଇଥିବାବେଳେ ଜଣେ ନାବାଳକ ଅଟକ ରହିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ଅନ୍ୟ କୌଣସି କାରଣକୁ ନେଇ ନୁହେଁ, ହୋଲି ଖେଳକୁ ନେଇ ବଚସାରୁ ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ସ୍ପଷ୍ଟ କରିଛନ୍ତି।

ଡିସିପି ଜଗମୋହନ ମୀନା କହିଛନ୍ତି ଯେ ରାଜଧାନୀରେ ହୋଲିରେ ମଞ୍ଚେଶ୍ୱର ଥାନା ହତ୍ୟା ମାମଲାରେ ୪ଜଣ ଅଭିଯୁକ୍ତକୁ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓ ୩ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ପୂର୍ବରୁ ମୃତକ ଓ ମୁଖ୍ୟ ଅଭିଯୁକ୍ତ ତନ୍ମୟ ମଧ୍ୟରେ ଭଲ ସମ୍ପର୍କ ନଥିଲା। ମାତ୍ର ବାଟରେ ହଠାତ୍‌‌ ଯୁକ୍ତିତର୍କରୁ ହତ୍ୟାକାଣ୍ଡ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ପିପିଲି ଥାନା ଅଞ୍ଚଳରୁ ଗିରଫ ହୋଇଛି। ପୁଲିସ ପିଛା କରିବାବେଳେ ଅଭିଯୁକ୍ତ ଡିମିରି ଫଳ ଖାଇଦେଇଥିଲା। ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଏବଂ ସେ ଭଲ ହେବା ପରେ ଏବେ ଥାନାରେ ଅଛି।

About The Author: The Sakala