କେନ୍ଦୁଝର: କୁଡୁମି ଜାତିକୁ ପୁନର୍ବାର ଆଦିବାସୀ ମାନ୍ୟତା ପାଇଁ ବିଭିନ୍ନ ପ୍ରକାର ଗଣ ଆନ୍ଦୋଳନ ଜାରି ଅଛି । କିନ୍ତୁ କିଛି ଦିନ ପୂର୍ବରୁ କେନ୍ଦ୍ର ଆଦିବାସୀ ଓ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ କୁଡୁମି ଜାତି ବିରୋଧରେ ଅରୁଚି କର ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । କୁଡୁମି ଜାତି ବିଦେଶରୁ ଟଙ୍କା ଆଣି ହିଂସା ସୃଷ୍ଟି କରୁଛି ଏବଂ କୁଡୁମି ଜାତି ଦଲାଲ ଗିରି କରୁଛି, ଭଳି ମନ୍ତବ୍ୟ ଦେଇ କୁଡୁମି ଜାତିକୁ ଅପମାନିତ କଲା ଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି ବୋଲି ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦ ସ୍ୱରୂପ ଶନିବାର ୧୧ ଘଟିକା ସମୟରୁ କେନ୍ଦୁଝର ସହିଦ ସଦନ ଠାରୁ ଓଡ଼ିଶା କୁଡୁମି ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତଙ୍କ ନେତୃତ୍ୱରେ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।
ଏହି ରାଲୀରେ ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ୍ ମହାନ୍ତ, ଜିଲ୍ଲା ସଭାପତି ତ୍ରିଲୋଚନ ମହାନ୍ତ, ରାଜ୍ୟ ଉପଦେଷ୍ଟା ରତ୍ନାକର ମହାନ୍ତ, ବିନୋଦ ମହାନ୍ତ, ବିରେନ୍ଦ୍ର ମହାନ୍ତ, ତ୍ରିନାଥ ମହାନ୍ତଙ୍କ ନେତୃତ୍ୱରେ ଶହଶହ କୁଡୁମି ଭାଇ ଭଉଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ବିଶେଶ୍ୱର ଟୁଡୁଙ୍କ ବିରୋଧରେ ପ୍ରତିବାଦ କରି ସଭା କରାଯାଇଥିଲା । ଶେଷରେ ବିଶେଶ୍ୱର ଟୁଡୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଅଭିରାମ ମହାନ୍ତ, ବିଶ୍ଵନାଥ ମହାନ୍ତ, ଗୁରୁଚରଣ ମହାନ୍ତ, ହାଡ଼ି ବନ୍ଧୁ ମହାନ୍ତ, ତ୍ରିଲୋଚନ ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ମୁନା ମହାନ୍ତ, ନରେନ୍ ମହାନ୍ତ, ରାମଚନ୍ଦ୍ର ମହାନ୍ତ, ଗୋବିନ୍ଦ ମହାନ୍ତ, କୁନ୍ତଳା ମହାନ୍ତ, ପଦ୍ମିନୀ ମହାନ୍ତ, ଚମ୍ପା ମହାନ୍ତ, ହେମଲତା ମହାନ୍ତ, ପୁଷ୍ପଲତା ମହାନ୍ତ ନେତୃତ୍ୱ ବିକ୍ଷୋଭର ନେତୃତ୍ୱ ନେଇଥିଲେ।