ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି)ମାନଙ୍କ ପାଇଁ ସ୍ୱତନ୍ତ୍ର ବୁଥ୍, ପାରମ୍ପରିକ ମଣ୍ଡଘର ମଧ୍ୟରେ ଚାଲିଛି ମତଦାନ …

କେନ୍ଦୁଝର: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଏହି କ୍ରମରେ ଆଜି ସାରା କେନ୍ଦୁଝର ଦେଇଛି ଭୋଟ।  ମତଦାନକୁ ଅଧିକ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ମାତ୍ର ତେଲକୋଇ ନିର୍ବାଚନ ମଣ୍ଡଳୀ କୁଆଁର ପଞ୍ଚାୟତର ତାଳପଦାରେ ଏକ ନିଆରା ବୁଥ ସ୍ଥାପନ ହୋଇ […]

କେନ୍ଦୁଝର: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଏହି କ୍ରମରେ ଆଜି ସାରା କେନ୍ଦୁଝର ଦେଇଛି ଭୋଟ।  ମତଦାନକୁ ଅଧିକ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ମାତ୍ର ତେଲକୋଇ ନିର୍ବାଚନ ମଣ୍ଡଳୀ କୁଆଁର ପଞ୍ଚାୟତର ତାଳପଦାରେ ଏକ ନିଆରା ବୁଥ ସ୍ଥାପନ ହୋଇ ମତଦାନ ଚାଲିଛି। ଯାହାକି ଜିଲ୍ଲାରେ ପ୍ରଥମ।

ଏଠାରେ ତିଆରି ହୋଇଛି ଗୋଟିଏ ଆଦର୍ଶ ବୁଥ, ଯାହାକି ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି )ମାନଙ୍କ ନିମନ୍ତେ ସ୍ଥାପନ ହୋଇଛି। ଏଠାରେ ଆଦିମ ଜନଜାତି ଜୁଆଙ୍ଗ ଏବଂ ପାଉଡ଼ି ଭୂୟାଁମାନେ ପାରମ୍ପରିକ ବ୍ୟବସ୍ଥା ମଧ୍ୟରେ ନିଜର ମତଦାନ ଦେଉଛନ୍ତି। ଏହା ତେଲକୋଇ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୬୬ ହୋଇଥିବାବେଳେ ଆଦିବାସୀଙ୍କର ପାରମ୍ପରିକ ମଣ୍ଡଘର, ପନିପରିବା, ସ୍ୱତନ୍ତ୍ର ଶହାୟକ କେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା, ପ୍ରବେଶ ପଥରେ ସ୍ୱତନ୍ତ୍ର ଭାବେ ସ୍ୱାଗତ ବ୍ୟବସ୍ଥା କରାଯାଇଛି. ମଣ୍ଡଘରେ ଚାଙ୍ଗୁ, ଧନୁତିର, ଧାନରଖା ଡ଼ଲି, ମାଣ୍ଡିଆ, ମକା ବଜରା ଅନ୍ୟାନ୍ୟ ଖାଦ୍ୟଶଷ୍ୟ ସୁନ୍ଦର ଭାବେ ସଜ୍ଜା ଯାଇଛି। ଯାହା ଫଳରେ ଆଦିବାସୀ ମାନେ ନିଜର ପରମ୍ପରିକ ବ୍ୟବସ୍ଥା ମଧ୍ୟରେ ଖୁସି ମନାଇ ଭୋଟ ଦେଉଛନ୍ତି।ଭୋଟ ହାର ବୃଦ୍ଧି ନିମନ୍ତେ ପ୍ରଶାସନର ଏଭଳି ପ୍ରୟାସ ନିଆରା ହୋଇଥିବାବେଳେ ନିଜ ଅଞ୍ଚଳରେ ପ୍ରଥମକରି ଏଭଳି ବୁଥ ଓ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଯୁବ ଭୋଟରମାନେ ଆନନ୍ଦ ପ୍ରକଟ କରୁଛନ୍ତି।

 

About The Author: The Sakala