ଏଣିକି ଘଟଗାଁ ତାରିଣୀ ମନ୍ଦିରକୁ ନେଇ ହେବ ଭୋଗ, ମନ୍ଦିର ପ୍ରବେଶ ପାଇଁ ୧୦ ବର୍ଷରୁ କମ ବୟସ୍କ ପିଲାଙ୍କୁ ମିଳିଲା ଅନୁମତି

କେନ୍ଦୁଝର/ଘଟଗାଁ: କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା’ ଘଟଗାଁ ତାରିଣୀ ମନ୍ଦିରରେ ଏଣିକି ଭୋଗ ଲାଗି ପାରିବ। ଏଥି ସହ ଗତ ୨ ବର୍ଷ ହେବ ୧୦ ବର୍ଷରୁ କମ ବୟସ୍କ ପିଲାଙ୍କ ମନ୍ଦିର ପ୍ରବେଶ ଉପରେ ଥିବା କଟକଣାକୁ ପ୍ରଶାସନ ଉଠାଇ ଦେଇଛି। ଏହା ଆସନ୍ତା ୨ ତାରିଖରୁ କୋଭିଡ କଟକଣା ମଧ୍ୟରେ କାର୍ଯ୍ଯକାରୀ କରାଯିବାକୁ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି ନମ୍ବର ୩୭୯ ତା-୨୮/୨/୨୦୨୨ ରେ ଘଟଗାଁ ର ମା ତାରିଣୀ ଠାକୁରାଣୀ ଟେମ୍ପଲ ଟ୍ରଷ୍ଟକୁ […]

କେନ୍ଦୁଝର/ଘଟଗାଁ: କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା’ ଘଟଗାଁ ତାରିଣୀ ମନ୍ଦିରରେ ଏଣିକି ଭୋଗ ଲାଗି ପାରିବ। ଏଥି ସହ ଗତ ୨ ବର୍ଷ ହେବ ୧୦ ବର୍ଷରୁ କମ ବୟସ୍କ ପିଲାଙ୍କ ମନ୍ଦିର ପ୍ରବେଶ ଉପରେ ଥିବା କଟକଣାକୁ ପ୍ରଶାସନ ଉଠାଇ ଦେଇଛି। ଏହା ଆସନ୍ତା ୨ ତାରିଖରୁ କୋଭିଡ କଟକଣା ମଧ୍ୟରେ କାର୍ଯ୍ଯକାରୀ କରାଯିବାକୁ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି ନମ୍ବର ୩୭୯ ତା-୨୮/୨/୨୦୨୨ ରେ ଘଟଗାଁ ର ମା ତାରିଣୀ ଠାକୁରାଣୀ ଟେମ୍ପଲ ଟ୍ରଷ୍ଟକୁ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା ବୁଧବାର ଠାରୁ ଭକ୍ତ ମନ୍ଦିରରେ ଭୋଗ ଲଗାଇ ପାରିବେ। ଏହା ମଧ୍ୟ ଦୀର୍ଘ ଦିନ ହେଲା ବନ୍ଦ ଥିଲା। ଭକ୍ତ କେବଳ ମାଆଙ୍କ ଦର୍ଶନ କରୁଥିଲେ। ମନ୍ଦିରରେ କୌଣସି ପ୍ରକାରର ଭୋଗ ବାରଣ ଥିଲା। କିଛିଦିନ ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏବାବଦରେ ନିବେଦନ କରାଯାଇଥିଲା।

About The Author: The Sakala