କେନ୍ଦୁଝର : କେନ୍ଦୁଝର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଦୁ ସୋମବାର ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ କେନ୍ଦୁଝର କାଳି ପଡ଼ିଆରୁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ସହ ଆଦିବାସୀ ନୃତ୍ୟର ତାଳେ ତାଳେ ସହର ପରିକ୍ରମା କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ସେ ନାମାଙ୍କନ ଦାଖଲ କରିଛନ୍ତି।
ନାମାଙ୍କନ ଦାଖଲ ସମୟରେ ଘସିପୁରା ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର,ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦାର, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, କେନ୍ଦୁଝର ବିଧାୟକ ପ୍ରାର୍ଥୀନୀ ମୀନା ମାଝୀ, କରଞ୍ଜିଆ ବିଧାୟକ ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ,ଜିଲ୍ଲା ବିଜେଡି ସଭାପତି କୁଶ ଆପଟ, ଯୁବ ବିଜେଡି ରାଜ୍ୟ ଉପସଭାପତି ସୌମ୍ୟ ଶଙ୍କର ଚକ୍ର, ବରିଷ୍ଠ ବିଜେଡି ନେତା ଆଶିଷ ଚକ୍ରବର୍ତ୍ତୀ, ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ପର୍ଯ୍ୟବେକ୍ଷକଙ୍କ ସହିତ ହଜାର ହଜାର ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।