ଭୁବନେଶ୍ୱର: କେନ୍ଦୁଝରର ଷଠୀଘରଠାରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ବରଯାତ୍ରୀ ମାନେ ବିଳମ୍ବିତ ରାତ୍ରରେ ଡିଜେ ବଜାଇ ରୋଷଣି ସହ ବର କୁ ନେଇ ଶୋଭାଯାତ୍ରାରେ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଝିଅ ଘର ଠାରୁ ମାତ୍ର କିଛି ଦୁରରେ ପହଞ୍ଜି ଥିବା ବେଳେ ଜାତୀୟ ରାଜପଥରେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣ ଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୭ ଜଣ ଗୁରୁତର ହୋଇ ହୋଇଥିଲେ । ଘଟଣା ସ୍ଥଳରେ ତୁରନ୍ତ ଅଗ୍ନୀଶମ ବାହିନୀ ପହଞ୍ଚି ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିର୍ତି କରିଥିଲେ ।
ଦୁର୍ଘଟ୍ଟଣା ଏତେ ଭୟଙ୍କର ଥିଲା ଯେ ମୃତ ଦେହ ଗୁଡିକର କାହାର ମୁଣ୍ଡ ତ କାହାର ପେଟ ଫାଟି ବିଭତ୍ସ ହୋଇଯାଇଛି ଯେ ଚିହ୍ନିବା ମୁସ୍କିଲ ହୋଇପଡିଛି । ବର ର ପୁତୁରା ସହ ଜଣେ ବରଯାତ୍ରୀ ଓ ଷଠିଘର ସାହୀର ତିନି ଜଣ ଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ବର ଫେରିଯାଇଛି। ଫଳରେ କନ୍ୟା ମଙ୍ଗୁଳା ହୋଇ ରହିଯାଇଛି ଓ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।